ଘର ସାମ୍ନାରେ ବନ୍ଧୁକ ଦେଖାଇ ଜୀବନରେ ମାରିବାକୁ ଧମକ, ତିନି ଗିରଫ, ଖଣ୍ଡା ବନ୍ଧୁକ ଜବତ।

ପୋଲସରା, ୧୨/୦୫(ପିପିଟି ):ଘର ସାମ୍ନାରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଜୀବନରୁ ମାରିଦେବାକୁ ଧମକ, ଥାନାରେ ଅଭିଯୋଗ, ତିନି ଗିରଫ। ଏହିଭଳି ଘଟଣା ପୋଲସରା ଥାନା ଅନ୍ତର୍ଗତ କଣଛାଇ ଗ୍ରାମରେ ଦେଖିବାକୁ ମିଳିଛି। ମିଳିଥିଵା ସୂଚନା ମୁତାବକ ଗତକାଲି କଣଛାଇ ଗ୍ରାମର ରଞ୍ଜନ ଡାକୁଆଙ୍କ ଘର ସାମ୍ମାନରେ ଗରେଇଝୁଳି ଗ୍ରାମର ଗୁରୁମୃତ୍ତି ନାହାକ , କଣଛାଇ ଗ୍ରାମର କୃଷ୍ଣ ନାହାକ ଓ ଡୁଲୁ ନାହାକ ମିଳିତ ଭାବେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ରଞ୍ଜନ ଡାକୁଆଙ୍କ ଘର ସାମ୍ନାରେ ରଞ୍ଜନ କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଯାହାକୁ ନେଇ ରଞ୍ଜନ ୧୧/୦୫/୨୬ ତାରିଖ ମଙ୍ଗଳବାର ଦିନ ପୋଲସରା ଥାନାରେ ଅଭିଯୋଗ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତିକରି ପୋଲସରା ଥାନା ପକ୍ଷରୁ ୨୭୭/୨୬ ମାମଲା କରାଯିବା ସହ ଦୁର୍ବୁତ୍ତମାନଙ୍କ ଗିରଫ କରି ସେମାନଙ୍କ ଠାରୁ ଏକ ବନ୍ଧୁକ ଓ ଦୁଇଟି ଖଣ୍ଡା ଓ ତିନି ଗୋଟି ମୋବାଇଲ ଜବତ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା କୁ ନେଇ ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି।

ରିପୋର୍ଟ -ସନ୍ତୋଷ କୁମାର ପଣ୍ଡା

Comments (0)
Add Comment