ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ରେ ମ୍ୟାଟ୍ରିକ ଫଳାଫଳ ଶତ ପ୍ରତିଶତ ପାଶହାର।

ପୋଲସରା ,୧୦/୦୫(ପିପିଟି) : ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟରେ ଚଳିତ ମେଟ୍ରିକ୍ ୨୦୨୬ ସାର୍ଟିଫିକାଟ ପରୀକ୍ଷା ଫଳାଫଳ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ବିଦ୍ୟାଳୟର ମୋଟ ଛାତ୍ରଛାତ୍ରୀ ସଂଖ୍ୟା ୯୨ଜଣ ଛାତ୍ରଛାତ୍ରୀ ମଧ୍ୟରୁ ସମସ୍ତେ ସଫଳତାର ସହ ଉର୍ତିନ ହୋଇଛନ୍ତି। ବିଦ୍ୟାଳୟର ଛାତ୍ରୀ ସାଧନା ସାହୁ ୫୪୭ ମାର୍କ ରଖି A1 ହାସଲ କରିଥିବା ବେଳେA2(8),B1(13), B2(25), C(20),D(17),E(8) ପାସ କରିଛନ୍ତି। ଏଥି ପାଇଁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି। କଳମ୍ବ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ପ୍ରଧାନ ଙ୍କ ସମେତ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଛାତ୍ର ଛାତ୍ରୀ ଅଭିଭାବକ, ଅଭିଭାବିକା ମାନେ ଶୁଭେଚ୍ଛା ଜଣାଇବା ସହ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପରିଶ୍ରମ ପାଇଁ ଏହା ସମ୍ବଭବ ହୋଇଛି ବୋଲି କହିଛନ୍ତି। କଳମ୍ବ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ୨୦୨୦ ମସିହା ଠାରୁ ସତ ପ୍ରତିଶତ ପାଶହରା ହୋଇଛି ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି। ସେହିପରି ଦୁଷ୍ମନ୍ତ ସ୍ମାରକୀ ବାଳିକା ବିଦ୍ୟାପୀଠ ରେ ୯ଜଣ ଛାତ୍ରୀଙ୍କ ୯ ଜଣ ଯାକ ଶତପ୍ରତିଶତ ପାସ କରିଛନ୍ତି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶୀତ କୁମାର ସାହୁ କହିଛନ୍ତି।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment