ମିକ୍ସଚର ମେସିନ ଗାଡ଼ି ଓଲଟି ମିସ୍ତ୍ରୀଙ୍କ ମୃତ୍ୟୁ ।

ଭଞ୍ଜନଗର,୦୩/୦୫(ପିପିଟି ):ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର ତିଳିସିଙ୍ଗିରେ ମିକ୍ସଚର ମେସିନ ଗାଡ଼ି ଓଲଟିବା ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମଦନ ସିଂ । ତାଙ୍କ ଘର ଝାଡ଼ଖଣ୍ଡ ବୋଲି ଜଣାପଡିଛି । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦେଇଛି ।

ପ୍ରକାଶ ଯୋଗ୍ୟ ଯେ, ରାସ୍ତା କାମରେ ନିୟୋଜିତ ଏକ ମିକ୍ସଚର ମେସିନ୍ ଗାଡ଼ି ଓଲଟି ପଡିଥିଲା । ଫଳରେ ଗାଡିରେ ଥିବା ମିସ୍ତ୍ରୀ ମାଟି ତଳେ ପୋତି ହୋଇଯାଇଥିଲେ । ତାଙ୍କୁ ଉଦ୍ଧାର ପାଇଁ ଭଞ୍ଜନଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ବର୍ତ୍ତମାନ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Comments (0)
Add Comment