ଯୁକ୍ତ ତିନି ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ।

ପୋଲସରା,୧୨/୦୪(ପିପିଟି ):: ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ତିନି ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ଗତକାଲି କଲେଜର ପ୍ରିନ୍ସପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ସଂଯୋଜିକା ଏନସିସି ଲେଫନାଣ୍ଟ ବିନତା କୁମାରୀ ଦାସ , କ୍ରୀଡ଼ା ଅଧ୍ୟାପକ ଦିପକ କୁମାର ସ୍ୱାଇଁ , ପୁରାତନ ଛାତ୍ରୀ ନର୍ମଦା ପ୍ରଧାନ , ମାଷ୍ଟର ଟ୍ରେନର ବିଜ୍ଞାନ ଛାତ୍ରୀ ଜ୍ୟୋତି ପାଣିଗ୍ରାହୀ ଓ କଳା ଛାତ୍ରୀ ରେମଶା ପ୍ରଧାନ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ସମସ୍ତଙ୍କ ମିଳିତ ସହଯୋଗରେ ଆଜି ଠାରୁ ଆଠ ଦିନ ପାଇଁ ଯୁକ୍ତ ତିନି କଳା ଓ ବିଜ୍ଞାନ ଛାତ୍ରୀମାନଙ୍କ ପାଇଁ ଆୟୋଜିତ ହେବାକୁ ଥିବା ଆତ୍ମ ସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ କିପରି ଶୃଙ୍ଖଳିତ ଭାବେ ପ୍ରଶିକ୍ଷଣ ଦିଆଯିବ ଆଲୋଚ଼ନା ହୋଇ ନିଷ୍ପତି ଗ୍ରହଣ କରାଗଲା। ଶେଷରେ ଆତ୍ମ ସୁରକ୍ଷା ତାଲିମ ଶିବିରର ସଂଯୋଜିକା ଅଧ୍ୟାପିକା ଲେଫନାଣ୍ଟ ବିନତା କୁମାରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ -ସନ୍ତୋଷ କୁମାର ପଣ୍ଡା

Comments (0)
Add Comment