ସୋନପୁରରେ ‘ଆସ ବହିଟିଏ କିଣିବା’ କାର୍ଯ୍ୟକ୍ରମ ଉଦ୍ଘାଟିତ ।

ସୁବର୍ଣ୍ଣପୁର ,୦୯/୦୪(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ‘ଆସ ବହିଟିଏ କିଣିବା’ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ। ଉଦଘାଟନ ପରେ ସେ ବହି ଷ୍ଟଲ ଗୁଡ଼ିକୁ ପରିଦର୍ଶନ କରି ଅନେକ ପୁସ୍ତକ କ୍ରୟ କରିଥିଲେ, ଯାହା ଉପସ୍ଥିତ କବି ଓ ସାହିତ୍ୟିକମାନଙ୍କ ମନୋବଳକୁ ବଢ଼ାଇଥିଲା।ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରାୟ ୫୦ ଜଣ କବି ନିଜ ରଚିତ ପୁସ୍ତକ ସହ ଅଂଶଗ୍ରହଣ କରିଥିଲେ। ବହି ଷ୍ଟଲରେ ପ୍ରାୟ ୨୦୦ଟି ପୁସ୍ତକ ପ୍ରଦର୍ଶିତ ହୋଇଥିଲା, ଯାହା ପଠକମାନଙ୍କ ଆକର୍ଷଣ କେନ୍ଦ୍ରରେ ଥିଲା। କାର୍ଯ୍ୟକ୍ରମରେ ବିଶିଷ୍ଟ କବି ତଥା ସଂସ୍କୃତି ଗବେଷକ ଡ. ସୁଦାମ ନାଏକ, ସାମ୍ବାଦିକ ଗୋରେଖ ନାଥ ସାହୁ, କୋଶଳୀ ସାହିତ୍ୟ ଗବେଷକ ଅଖୋଜ କୁମାର ଷାଣ୍ଢ, କବି-ଗବେଷକ ଡ. ଯୁଧିଷ୍ଠିର ଖମରୀ, କବି ବ୍ରଜମୋହନ ଦାନୀ, କବି ଜଳଦେବ ବେରିହା, କବି ରଞ୍ଜିତା ପଣ୍ଡା, କବି ସତ୍ୟନାରାୟଣ ବହିଦାର ଓ କବି ଜିତେନ୍ଦ୍ର ପରଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲପାଳ, ଯିଏ ଜଣେ ସାହିତ୍ୟପ୍ରେମୀ ଭାବେ ପରିଚିତ, ସେମାନେ ମଧ୍ୟ ବହି ଷ୍ଟଲରୁ ବିଭିନ୍ନ ପୁସ୍ତକ କ୍ରୟ କରି କବିମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ନିଆରା ପ୍ରୟାସକୁ କବିମାନଙ୍କ ମହଳରେ ଉଚ୍ଚପ୍ରଶଂସା ମିଳିଥିବା ବେଳେ, କାର୍ଯ୍ୟକ୍ରମଟି ଅପରାହ୍ନ ପ୍ରାୟ ୧ଟା ପର୍ଯ୍ୟନ୍ତ ଚାଲିଥିଲା।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment