ରାମ ନବମୀରେ ମନ୍ତ୍ରୀଙ୍କ ବାଇକ ରାଲି ।

ପୋଲସରା ,୨୭/୦୩(ପିପିଟି) : ପବିତ୍ର ରାମନବମୀ କୁ ନେଇ ସବୁଠି ଆଧ୍ୟାତ୍ମିକ ଭାବକୁ ଏବଂ ହିନ୍ଦୁତ୍ବକୁ ନେଇ ଚଳଚଞ୍ଚଳ ଦେଖିବାକୁ ମିଳିଛି । ଏନେଇ ପୋଲସରାରେ ମଧ୍ୟ ବହୁ ଆଡ଼ମ୍ବର ସହକାରେ ପବିତ୍ର ରାମନବମୀ ଉତ୍ସବ ପାଳନ କରାଯାଇଛି । ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲିକଙ୍କ ଆହ୍ବାନ କ୍ରମେ ଲୁଣିଘାଟି ପଡ଼ିଆରୁ ଏକ ବିଶାଳ ବାଇକ୍ ରାଲି ସହ ଶୋଭାଯାତ୍ରା ବାହାରି ଥିଲା । ରାଣୀପଡା ଶ୍ରୀରାମ ମନ୍ଦିର ଆୟୋଜିତ ଏହି ବିଶାଳ ଶୋଭାଯାତ୍ରାରେ ୧୫୦୦ରୁ ଅଧିକ ଯୁବକ ମୋଟର ସାଇକେଲ ରାଲିରେ ଅଂଶ ଗ୍ରହଣ କରି ରାଣୀପଡା ସ୍ଥିତ ଶ୍ରୀରାମ ମନ୍ଦିରରେ ପହଞ୍ଚି ଥିଲେ। ଏପରିକି “ଜୟ ଶ୍ରୀରାମ” ଧ୍ବନିରେ ପୋଲସରା ସହର ପ୍ରକମ୍ପିତ ହୋଇ ଥିଲା । ପ୍ରତ୍ୟେକଟି ଅଦ୍ଭୁତ ଆଧ୍ୟାତ୍ମିକ ଉତ୍ସାହ ଓ ଏକତାର ଭାବନା ଜାଗ୍ରତ ହୋଇଥିଲା ସମସ୍ତ ଯୁବଗୋଷ୍ଠୀଙ୍କ ମଧ୍ୟରେ । ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଆଦର୍ଶ ଆମକୁ ନୀତି, ସତ୍ୟ ଓ ଧର୍ମର ପଥରେ ଚାଲିବାକୁ ପ୍ରେରଣା ଦେଇଥାଏ। ପବିତ୍ର ରାମନବମୀ ଅବସରରେ ପୋଲସରାରେ ଯୁବ ବିଜେପି ତରଫରୁ ଆୟୋଜିତ ହୋଇଥିବା ଏହି ବିଶାଳ ବାଇକ ରାଲି କେବଳ ଏକ ରାଜନୈତିକ ସ୍ଥିତି କୁ ବୁଝାଏନି । ବରଂ ସନାତନ ସଂସ୍କୃତି, ଧାର୍ମିକ ଆସ୍ଥା ଓ ଜାତୀୟ ଏକତାର ଜୀବନ୍ତ ପ୍ରତିଛବି କୁ ସମସ୍ତଙ୍କ ହୃଦୟରେ ପ୍ରକାଶ କରିଛି । ଯାହା ସନାତନ ଧର୍ମର ମୂଲ୍ୟବୋଧ, ଆଧ୍ୟାତ୍ମିକ ଜାଗରଣ ଓ ଯୁବ ଶକ୍ତିର ଏକତାର ଦୃଶ୍ୟ ପ୍ରକାଶ ପାଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରଭାକର ପଣ୍ଡା, ଦୀପକ କୁମାର ପ୍ରଧାନ, ଜଗନ୍ନାଥ ବାଢେଇ, ମୋତିରାମ ସାହୁ, ମନୋଜ କୁମାର ଖଟୁଆ, ରାମକୃଷ୍ଣ ପ୍ରଧାନ, ପ୍ରସନ୍ନ କୁମାର ଡାକୁଆଙ୍କ ସମେତ ବହୁ ଯୁବକ ଗୋଷ୍ଠୀ ରାମନବମୀର ଏହି ହିନ୍ଦୁତ୍ବର ଏକତାରେ ଅଂଶଗ୍ରହଣ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment