ହାଇୱା ଧକ୍କାରେ ୨ଜଣ ଗୁରୁତର ।

ଭଞ୍ଜନଗର, ୧୫/୦୩(ପିପିଟି ):ବେଲଗୁଣ୍ଠା ଥାନା ମନ୍ଦାର ବ୍ରିଜ ନିକଟରେ ଏକ ହାଇୱା ଧକ୍କାରେ ୨ଜଣ ଗୁରୁତର ହୋଇ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଵଲାଡ଼ି ଗ୍ରାମର ଜଗନ୍ନାଥ ବେହେରା (୨୫) ଓ ସୋମନାଥ ପଲ୍ଲୀର ପ୍ରତାପ ଚନ୍ଦ୍ର ଦାସ ଦୁହେଁ ବାଇକରେ ଯାଉଥିବା ବେଳେ ଏକ ହାଇୱା ଆସି ତାଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଫଳରେ ଉଭୟେ ବାଇକ ରୁ ଛିଟକି ପଡ଼ି ଗୁରୁତର ହୋଇଥିଲେ।ଘଟଣା ସ୍ଥଳରୁ ହାଇୱା ଡ୍ରାଇଭର ଫେରାର ହୋଇଯାଇଛି।ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ଆଣିଥିଲେ। ଜଗନ୍ନାଥ ର ଗୋଡ଼ରେ ଗଭୀର ଆଘାତ ଲାଗିଚ୍ଛି। ସେ ପୁରୀରେ ଏକ ପାଉଁରୁଟି ଫ୍ୟାକ୍ଟ୍ରି ରେ କାମ କରୁଥିବା ବେଳେ କିଛି ପୂଜା କାର୍ଯ୍ୟ ସକାଶେ ଗ୍ରାମକୁ ଆସିଥିଲା।ଆସନ୍ତା ମାସ ୧୯ତାରିଖରେ ତାର ବିବାହ ନିକଟସ୍ଥ ପାଟୁଳି ସାହିରେ ସ୍ଥିର ହୋଇଥିଲା।ଏଭଳି ସ୍ଥିତିରେ ତାର ପରିବାର ଲୋକେ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ )

Comments (0)
Add Comment