ମାଲାକାନଗିରି,୧୧/୦୩(ପିପିଟି):ମାଲକାନଗିରି ବନ ବିଭାଗ ଅଧୀନରେ ଥିବା ମୋଟୁ ରେଞ୍ଜର କର୍ମଚାରୀମାନେ ଏକ ସ୍ୱତନ୍ତ୍ର ଅପରେସନ୍ ସମୟରେ ଓଡିଶା – ଆନ୍ଧ୍ରପ୍ରଦେଶ ସୀମା ନିକଟରେ ୬୩୧ ଗୋଟି କଇଁଛ (୨.୨ ଟନ୍) ଜବତ କରିଛନ୍ତି।
ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାର କୋର୍କୁଲ୍ଲା ଗାଁର ଦୁଇଜଣ ବ୍ୟକ୍ତି କଇଁଛମାନଙ୍କୁ ଓଡିଶା ସୀମାରେ ବେଆଇନ ଭାବେ ପରିବହନ କରି ଓଡିଶାର ପାଞ୍ଚ ଜଣଙ୍କୁ ବିକ୍ରି କରିଥିଲେ।
ନିର୍ଭରଯୋଗ୍ୟ ସୂଚନା ପାଇ ମୋଟୁ ରେଞ୍ଜର କର୍ମଚାରୀମାନେ ଅଭିଯୁକ୍ତ ଘରେ ଚଢାଉ କରିଥିଲେ । ବେଆଇନ ବନ୍ୟଜନ୍ତୁ କାରବାରରେ ସମ୍ପୃକ୍ତ ସମସ୍ତ ୭ ଜଣଙ୍କୁ ଗିରଫ କରିବାର ସଫଳ ହୋଇଥିଲେ।
ଅପରେସନ୍ ସମୟରେ ଜଙ୍ଗଲ କର୍ମଚାରୀମାନେ ନିମ୍ନଲିଖିତ ସାମଗ୍ରୀ ଜବତ କରିଥିଲେ: ୬୩୧ ଟି ଇଣ୍ଡିଆନ୍ ଫ୍ଲାପ୍ ସେଲ୍ କଇଁଛ (୨.୨ ଟନ୍ ),୩୮ଟି ପ୍ଲାଷ୍ଟିକ୍ ଟ୍ରେ ,୪୦ ଟି ବସ୍ତା,୬ ଟି ମୋବାଇଲ୍ ଫୋନ୍,ଗୋଟିଏ ବଜାଜ ୧୦୦ ମୋଟରସାଇକେଲ ,ଗୋଟିଏ ହୋଣ୍ଡା ଡ୍ରିମ୍ ନିଓ ମୋଟରସାଇକେଲ୍ , ଗୋଟିଏ ମହିନ୍ଦ୍ରା ବୋଲେରୋ ପିକଅପ୍ ଗାଡି ,ଜବତ ସାମଗ୍ରୀ ସହିତ ଗିରଫ ବ୍ୟକ୍ତିଙ୍କୁ ମୋଟୁ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେମାନଙ୍କ ବିରୋଧରେ ଏକ ବନ୍ୟଜନ୍ତୁ ଅପରାଧ ମାମଲା ପଞ୍ଜିକୃତ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)