କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୩୬ ତମ ଜନ୍ମ ଜୟନ୍ତୀ କୁଲାଡ଼ ଠାରେ ଅନୁଷ୍ଠିତ ।

ଭଞ୍ଜନଗର, ୦୨/୦୩(ପିପିଟି ):ବସନ୍ତ ପୁର୍ଣିମା ଅବସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୩୬ ତମ ଜନ୍ମ ଜୟନ୍ତୀ ୦୧ ତାରିଖରେ କୁଲାଡ଼ ସ୍ଥିତ ଭଞ୍ଜ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୦୨/୦୩ ରେ ମଧ୍ୟ ଅନୁଷ୍ଠିତ ହେବ । ଓଡିଶା ସଂଗୀତ ନାଟକ ଏକାଡେମୀ , ଭଞ୍ଜ ଗ୍ରାମ୍ୟ ବିକାଶ ପ୍ରତିଷ୍ଠାନ (ବାର୍ଡ଼), ପୂର୍ବାଂଚଳ ସାଂସ୍କୃତିକ କେନ୍ଦ୍ର, କଲିକତା, ସଂସ୍କାର ଭାରତୀ, ଓଡିଶା ପୂର୍ବପ୍ରାନ୍ତ ଙ୍କ ମିଳିତ ସହଯୋଗ ରେ ଏହା ପାଳିତ ହୋଇଛି ।
ଏହି କାର୍ଯ୍ୟକ୍ରମରେ ସଭାପତି ଉଷା ପାଢ଼ୀ, ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ, ମୁଖ୍ୟ ବକ୍ତା ପ୍ରଫୁଲ କୁମାର ମାଝୀ,ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ,ଅନ୍ୟ ସମସ୍ତ ମାନ୍ୟଗଣ୍ୟ ଵ୍ୟକ୍ତି, ସାହିତ୍ୟ ପ୍ରେମୀ ଓ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ।ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଉମାଶଙ୍କର ବେହେରା ପ୍ରଥମେ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କାରିଥିଲେ ଓ ପ୍ପ୍ରଦ୍ବୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଭିନ୍ନ ସାହିତ୍ୟିକ,କବି ଓ ଯୋଗ୍ୟ ବିବେଜିତ ପ୍ରତିଭା ଙ୍କୁ ମାନପତ୍ର ଓ ଉପଢୌକନ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ବାର୍ଡ ସମ୍ପାଦକ ପ୍ରକାଶ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କାରିଥିଲେ।

ରିପୋର୍ଟ୍ -(ଜେ. କେ ପଟ୍ଟନାୟକ)

Comments (0)
Add Comment