ପୋଲସରା ,୨୬/୦୧(ପିପିଟି) :ଆଜି ସମଗ୍ର ଭାରତ ବର୍ଷରେ ୭୭ ତମ ଗଣତନ୍ତ୍ର ଦିବସ ମହାସମାରୋହରେ ବହୁ ଉତ୍ସାହ ଏବଂ ଉଦ୍ଦିପନା ମଧ୍ୟରେ ପାଳିତ ହୋଇଯାଇଛି। ଏହି କ୍ରମରେ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଏକମାତ୍ର ପଞ୍ଜିକୃତ ପୋଲସରା ପ୍ରେସ୍ କ୍ଲବ୍ ପକ୍ଷରୁ ଏହି ସାମ୍ବିଧାନିକ ଦିବସ ପାଳିତ ହୋଇଯାଇଛି।
ପ୍ରଥମେ ସଭାପତି କେ. ସୁମିତ୍ରା ପାତ୍ରଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବା ପରେ ନିୟମ ଅନୁସାରେ ସମବେତ କଣ୍ଠରେ ଜାତୀୟ ସଙ୍ଗୀତ “ଜନ-ଗଣ-ମନ” ଗାନ କରାଯାଇଥିଲା। ପରେ ଜାତୀୟତାବୋଧ ସ୍ଲୋଗାନ ଦିଆଯିବାସହ ଦେଶ ସ୍ଵାଧୀନତା କରିବା ଠାରୁ ବାବା ଭୀମରାଓ ଆମ୍ବେଦକର ଏବଂ ତାଙ୍କର ବିଜ୍ଞ ସହଯୋଗୀଙ୍କ ସାମୂହିକ ପ୍ରୟାସରେ ସମ୍ବିଧାନ ନୀତି ନିୟମ ପ୍ରଣୟନ କାର୍ଯ୍ୟକାରୀ କରାଯିବା ପର୍ଯ୍ୟନ୍ତ ଉପସ୍ଥିତ ବକ୍ତାମାନେ ନିଜ ନିଜର ସଂକ୍ଷିପ୍ତ ଅଭିଭାଷଣ ଜରିଆରେ ଆଲୋକପାତ କରିଥିଲେ।ଏଥିରେ କ୍ଲବର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସମ୍ପାଦକ ହରିହର ପାତ୍ର ଏବଂ ବର୍ତ୍ତମାନ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ବରିଷ୍ଠ ସଦସ୍ୟ କେ. ସନ୍ତୋଷ ପାତ୍ର, ଟି. ଶରତ କୁମାର ସୁବୁଦ୍ଧି, ନାରାୟଣ ସାହୁ, ସିମାଞ୍ଚଳ ସାହୁ, ପ୍ରଗତିବନ୍ଧୁ ଦାସ, ଅକ୍ଷାନ୍ତ ମିଶ୍ର, ସୁଶାନ୍ତ ସାହୁ ପ୍ରମୁଖ ସଦସ୍ୟବୃନ୍ଦଙ୍କ ସମେତ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ସମାଜସେବୀ, ସ°ଗଠକ, ବୁଦ୍ଧିଜୀବୀ, ବ୍ୟବସାୟୀ ଏବଂ ସାଧାରଣ ନାଗରିକ ଯୋଗଦେଇ ନିଜ ନିଜର ଦେଶପ୍ରେମ ଭାବନାର ପରିଚୟ ଦେଇଥିବାର ଦେଖିବାକୁ ମିଳିଥିଲା।
କାର୍ଯ୍ୟ ସଂଯୋଜନା ଅଧ୍ୟାପକ ତଥା ଉପସ୍ଥାପକ ଦେବାଶିଷ ସ୍ୱାଇଁ କରିଥିଲେ। ପରିଶେଷରେ କ୍ଲବ ତରଫରୁ କାର୍ଯ୍ୟକ୍ରମର ସ୍ଵତଃସ୍ପୁତ ଭାବେ ଯୋଗଦାନ ଦେଇଥିବା ଉପସ୍ଥିତ ସହରବାସୀଙ୍କୁ ଶୁଭକାମନା ଦିଆଯିବା ସହିତ ଧନ୍ୟବାଦ ଅର୍ପଣ କରାଯାଇଥିଲା।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା