ବୋଲଗଡ଼,୧୪/୦୧(ପିପିଟି):ପବିତ୍ର ମକର ସଙ୍କ୍ରାନ୍ତି ଅବସରରେ ବୋଲଗଡ଼ ପ୍ରଖଣ୍ଡ ବଜରଙ୍ଗଦଳ ତରଫରୁ ମକର ମିଳନ କାଯ୍ୟକ୍ରମ ବୋଲଗଡ଼ ସ୍ଥିତ ଗୋପବନ୍ଧୁ ଛକ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇ ଯାଇଅଛି। ଏହି ମକର ମିଳନ କାଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ବଜରଙ୍ଗଦଳ ସୁରକ୍ଷା ପ୍ରଭାରୀ ମୁକେଶ ସାମନ୍ତରାୟ ଓ ସମ୍ମାନୀତ ଅତିଥି ଭାବେ ବୋଲଗଡ଼ ପ୍ରଖଣ୍ଡ ସଂଯୋଜକ ଇତେଶ କୁମାର ବେହେରା , ସୀତମ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସଂଗଠନର ସଦସ୍ଯ ମାନଙ୍କ ଉପସ୍ଥିତିରେ ପୂଜାପାଠ ଓ ହୋମଯଜ୍ଞ କରାଯାଇ ସାମୁହିକ ହନୁମାନ ଚାଳିଶା ପାଠ ପଠନ କରାଯାଇଥିଲା। ମକର ମିଳନ ଉପଲକ୍ଷେ ଭାଇଚାରାର ସଂମ୍ପର୍କ ରକ୍ଷା କରାଯାଇ ୩୦୦ ରୁ ଉର୍ଦ୍ଧ୍ବ ପଥଚାରୀ ମାନଙ୍କୁ ମକର ଚାଉଳ ବଣ୍ଟନ କରିବା ସଙ୍ଗେ ସଙ୍ଗେ ବୁଲା ଗୋମାତା ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ସମସ୍ତ କାଯ୍ୟକ୍ରମ କୁ ସଦସ୍ଯ ସୁମନ୍ତ ମହାରଣା ଓ ସରୋଜ ଜେନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସମସ୍ତେ ଭାରତ ମାତାର ଜୟଗାନ କରି ଗୋସୁରକ୍ଷା ଦାବୀ ଉପସ୍ଥାପନ କରିଥିଲେ ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।