ରାତ୍ରିକାଳୀନ ଦୁର୍ଘଟଣାକୁ ରୋକିବାକୁ ଉଦ୍ୟମ: ରୋଟାରୀ କ୍ଲବ ପକ୍ଷରୁ ମାଗଣା ଚାହା ବଣ୍ଟନ ।

ଭଞ୍ଜନଗର, ୦୭/୦୧ ରାତ୍ରି କାଳୀନ ଦୁର୍ଘଟଣାକୁ ରୋକିବା ପାଇଁ ଭଞ୍ଜନଗର ରୋଟାରୀ କ୍ଲବ ପକ୍ଷରୁ ମାଗଣା ଚାହା ବଣ୍ଟନ କାର୍ଯ୍ୟକ୍ରମ କରାଯାଉଛି। ପ୍ରଚଣ୍ଡ ଥଣ୍ଡା ଏବଂ ଘନ କୁହୁଡ଼ି ଯୋଗୁଁ ଭଞ୍ଜନଗରର ବାଇପାସ୍‌ ରୋଡ ଚକରା ବିଷୋୟୀ ଛକ ୧୫୭ନଂ ଜାତୀୟ ରାଜପଥରେ ଭୋର ୩ଟା ଠାରୁ ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥିଲା।
ଭଞ୍ଜନଗରର ଆଞ୍ଚଳିକ ପରିବହନ ଅଧିକାରୀ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଗାଡି ଚାଳକମାନଙ୍କୁ ସଚେତନ କରିବା ସହ ସେମାନଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ କରିବା ଏବଂ ଦାୟିତ୍ୱପୂର୍ଣ୍ଣ ଭାବରେ ଗାଡ଼ି ଚଲାଇବା ପାଇଁ ପ୍ରେରଣା ଦେଇଥିଲେ। ବିଶେଷ କରି ଭୋର ସମୟରେ ଗାଡି ଚାଳକ ମାନଙ୍କ ଆଖି ଲାଗି ଯାଉଥିବାରୁ ସେମାନଙ୍କୁ ଚାହା ବଣ୍ଟନ କରି କ୍ଲାନ୍ତି ଦୂର କରିବା ଓ ସତେଜ ରଖିବା ଉଦ୍ଦେଶ୍ୟରେ ରୋଟାରୀ କ୍ଲବ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।ଏଥିରେ
ଭଞ୍ଜନଗର କ୍ଲବ ସଭାପତି ରୋଟାରିଆନ ରଞ୍ଜିତ କୁମାର ବାରିକ, ଉପାଧ୍ୟକ୍ଷ ସୁଧୀର ପାଣିଗ୍ରାହୀ, ସମ୍ପାଦକ ଗୁପ୍ତେଶ୍ୱର ସୁବୁଦ୍ଧି,ରବୀନ୍ଦ୍ର ପାଣିଗ୍ରାହୀ, ପ୍ରଦ୍ୟୁମ୍ନ କୁମାର ମଲିକ, ଦିଲୀପ କୁମାର ରାଜୁ, ରାମଚନ୍ଦ୍ର ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment