ବିଜ୍ଞାନ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଯୁବ ଦିବସର କ୍ରୀଡା ପ୍ରତିଯୋଗିତା।

ପୋଲସରା ,୦୭/୦୧(ପିପିଟି): ଆସନ୍ତା ୧୨ ତାରିଖ ସୋମବାର ଦିନ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ସମଗ୍ର ଦେଶରେ ଜାତୀୟ ଯୁବ ଦିବସଭାବେ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ୬ ତାରିଖ ମଙ୍ଗଳବାର ଦିନ ଲେପ୍ଟନାଣ୍ଟ ବିନତା କୁମାରୀ ଦାସଙ୍କ ସ°ଯୋଜନାରେ ମହାବିଦ୍ୟାଳୟର ଏନ୍.ସି.ସି. କ୍ୟାଡେଟ୍ ୨(୦) ବାଳିକା ବଟାଲିୟନ ରାୟଗଡ଼ା ତରଫରୁ ସ୍ଲୋ ସାଇକେଲ ରେସ ଏବଂ ସଟଫୁଟ୍ ରେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ଡ଼. ଦିଲୀପ କୁମାର ନାୟକ ଏହି ପ୍ରତିଯୋଗିତାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ବାଳିକା ବର୍ଗରେ ହୋଇଥିବା ସାଇକେଲ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ବର୍ଷା ରାଣୀ ସାହୁ, ଦ୍ୱିତୀୟ ସ୍ଥାନରେ ଛାତ୍ରୀ ରଚିତା କୁମାରୀ ସାହୁ ଓ ତୃତୀୟ ସ୍ଥାନରେ ବିଷ୍ଣୁପ୍ରିୟା ରାଉତ ବିଜୟୀ ହୋଇଥିବାବେଳେ ସଟଫୁଟ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ବର୍ଷା ରାଣୀ ସାହୁ, ଦ୍ୱିତୀୟ ସ୍ଥାନରେ ରାଜେଶ୍ୱରୀ ବେହେରା ଓ ତୃତୀୟ ସ୍ଥାନରେ ଛାତ୍ରୀ ମୌସୁମୀ ମହାନ୍ତିଙ୍କ ସମେତ ଛାତ୍ରୀ ଆସା ସ୍ୱାଇଁ ବିଜୟୀ ହୋଇଛନ୍ତି। ସେହିଭଳି ବାଳକ ବର୍ଗରେ ସାଇକେଲ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଛାତ୍ର ଶିପୁନ ନାହାକ, ଦ୍ୱିତୀୟ ସ୍ଥାନରେ ଜୁଲମ ଗୌଡ ଓ ତୃତୀୟ ସ୍ଥାନରେ ଛାତ୍ର ଶିବ ପ୍ରସାଦ ସାହୁ ବିଜୟୀ ହୋଇଥିବାବେଳେ ସଟଫୁଟ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଛାତ୍ର ଶିବ ଶଙ୍କର ବେହେରା, ଦ୍ୱିତୀୟ ସ୍ଥାନରେ ଛାତ୍ର ନବୀନ ସାହୁ ଓ ତୃତୀୟ ସ୍ଥାନରେ ଛାତ୍ର ହିତ୍ରିକ ସାହୁ ବିଜୟୀ ହୋଇଛନ୍ତି। ଏଥିରେ ବିଚାରକ ଭାବେ ଲିପିନାଥ ସି°,ଟୁଟୁ ଡାକୁଆ,ଶ୍ରୀକାନ୍ତ ପ୍ରଧାନ, ଡ଼. ରୋଜିତା ମିଶ୍ର, ଡ଼. ମୀନାକ୍ଷୀ ପାଣିଗ୍ରାହୀ, ଡ଼. ଜ୍ୟୋତ୍ସା ରାଣୀ ପଟ୍ଟନାୟକ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ। ଏହାପରେ ଅଧ୍ୟକ୍ଷ ଏବଂ ଅଧ୍ୟାପକମାନେ ସ୍ଲୋ ସାଇକେଲ ପ୍ରତିଯୋଗିତାରେ ଅ°ଶଗ୍ରହଣ କରି ନିଜ ନିଜର ଶାରିରୀକ ଏବଂ ମାନସିକ ଦକ୍ଷତା ଦେଖାଇଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment