ପୋଲସରା ,୨୧/୧୨(ପିପିଟି):ଗଂଜାମ ଜିଲ୍ଲା ପୋଲସରା ସ୍ଥିତ ଦିପକ ମେମୋରିଆଲ୍ ପବ୍ଲିକ ସ୍କୁଲର ୧୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ଭବାନୀ ଶଙ୍କର ରଥଙ୍କ ଅଧ୍ୟକ୍ଷତା ଏବଂ ଅଧ୍ୟକ୍ଷା ପ୍ରତିଭା ରଥଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୋଲସରା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୁରକିଧର ନନ୍ଦ ଏବଂ ସମ୍ମାନୀତ ଅତିଥିଭାବେ ଶିକ୍ଷାବିତ୍ ନିରଞ୍ଜନ ରାଉତ, ଅଧ୍ୟାପକ ଡ଼ଃ ଆଶିଷ କୁମାର ପ୍ରଧାନ,ଏମ୍. ଆର୍. ଏସ୍ ଏଵଂ ଯୋଜନା ସ°ଯୋଜକ ସଞ୍ଜୟ କୁମାର ମଲ୍ଲିକ,ଅନୁଷ୍ଠାନର ସଭାପତି ମମତା କୁମାରୀ ନାୟକ ପ୍ରମୁଖ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ପରେ ଅତିଥି ବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେବାସହ ସେମାନଙ୍କ ଭବିଷ୍ୟତ ଉଜ୍ବଳ କାମନା ଏବଂ ଅନୁଷ୍ଠାନର ଉତ୍ତୋରତ୍ତର ଶୁଭ କାମନା କରିଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଏବଂ ଶିକ୍ଷାରେ ସୁନାମ ଅର୍ଜନ କରିଥିବା କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ମଞ୍ଚାସିନ ଅତିଥିମାନେ ପ୍ରଶଂସାପତ୍ର ସହିତ ଟ୍ରଫି ଓ ପଦକ ପ୍ରଦାନ କରିଥିଲେ। ପରେ ସା°ସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରକାର ନୃତ୍ୟ ଏଵଂ ପ୍ରେରଣାଦାୟୀ ସାମାଜିକ ନାଟକ “କେତେ ଦୁଃଖ ଦେବୁ ଦଇବ” କୁ ଛାତ୍ରଛାତ୍ରୀମାନେ ଅତି ସୁନ୍ଦର ଏବଂ ବଳିଷ୍ଠଭାବେ ପରିବେଷଣ କରି ସମସ୍ତଙ୍କ ଠାରୁ ଭୂରିଭୂରି ପ୍ରଶଂସା ସାଉଁଟିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ,ପରିଚାଳନା କମିଟି, ସଭ୍ୟ ଓ ସଭ୍ୟାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା