ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ପ୍ରସଙ୍ଗ ଉପରେ ପ୍ରତିଯୋଗିତା ।

ମାଲକାନଗିରି, ୧୭/୧୨(ପିପିଟି):ମାଲକାନଗିରି ସଦର ମହକୁମା ସ୍ଥିତ ସ୍ଥାନୀୟ ବୁଟିଗୁଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ନିରନ୍ତର ବିକାଶ ଲକ୍ଷ୍ୟର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ତରଫରୁ ଏକ ଚିତ୍ରାଙ୍କନ, ତର୍କ ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କନିଷ୍ଠ ଦଳରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ବରିଷ୍ଠ ଦଳରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାକୁ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟର ଉପ-ନିର୍ଦ୍ଦେଶକ ପରିଚାଳନା କରିଥିଲେ ଏବଂ କାର୍ଯ୍ୟାଳୟର ଅନ୍ୟ ଅଧିକାରୀ, କର୍ମଚାରୀ ଓ ବୁଟିଗୁଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ କନିଷ୍ଠ ଦଳରେ ଅର୍ଜୁନ ହନ୍ତାଳ ପ୍ରଥମ, କୃଷ୍ଣ ଶୀଶା ୨ୟ, ଆଶିଷ କୁମାର ସାବତ ୩ୟ ସ୍ଥାନ ଅଧିକାର କରିଥିଲେ । ତରୁଣ ଜିରାମ, ସୁକାନ୍ତ ସୋଡି ସାନ୍ତ୍ଵନା ମୂଳକ ପୁରସ୍କାର ପାଇବା ପାଇଁ ଚୟନ କରାଯାଇଛି । ପୁନଶ୍ଚ, ବରିଷ୍ଠ ଦଳରେ ଦିନେଶ କୁମାର ସାହୁ ପ୍ରଥମ, କୃଷ୍ଣ ମୁଦୁଲି ୨ୟ , ଅମୃତ ମଣ୍ଡଳ ୩ୟ ସ୍ଥାନ ଅଧିକାର କରିଥିଲେ। ପିଣ୍ଟୁ ମାଡକାମୀ ଓ କୁମାରୀ ତୁଳସୀ ମଣ୍ଡଳ ସାନ୍ତ୍ଵନା ମୂଳକ ପୁରସ୍କାର ପାଇବା ପାଇଁ ଚୟନ କରାଯାଇଛି। ସେହିପରି ତର୍କ ପ୍ରତିଯୋଗିତା କନିଷ୍ଠ ଦଳରେ କୁମାରୀ ସୋନାକ୍ଷୀ ମହାପାତ୍ର ଓ କୁମାରୀ ସୁପ୍ରଭା ନାୟକ ପ୍ରଥମ, କୁମାରୀ ଆୟୁଷୀ ପଣ୍ଡା ୨ୟ , କୁମାରୀ ଶ୍ଵେତା ଶତରୂପା ପଣ୍ଡା ୩ୟ ସ୍ଥାନ ହାସଲ କରିବା ସ୍ଥଳେ କୁମାରୀ ଶ୍ରଦ୍ଧା କୀର୍ତ୍ତନିଆ, ତ୍ରିନାଥ ମଟାମ ଓ କୁମାରୀ ନମ୍ରତା ନିହାରିକା ସାନ୍ତ୍ଵନା ମୂଳକ ପୁରସ୍କାର ପାଇବା ପାଇଁ ଚୟନ କରାଯାଇଛି । ବରିଷ୍ଠ ଦଳରେ ରୁଦ୍ର ପ୍ରସାଦ ଗୌଡ ପ୍ରଥମ, କୁମାରୀ ବିଦିଶା ମହାନ୍ତି ୨ୟ , ଓମ୍ ମହାନ୍ତି ଓ କୁମାରୀ ତେଜସ୍ଵିନୀ ମିଶ୍ର ୩ୟ ସ୍ଥାନ ଅଧିକାର କରି ଥିବା ବେଳେ ଶିବ ମଟାମ, କୁମାରୀ ତପସ୍ଵିନୀ ଓଝା ଓ ତୋଫାନ ଚୌଧୁରୀ ସାନ୍ତ୍ଵନା ମୂଳକ ପୁରସ୍କାର ପାଇବା ପାଇଁ ଚୟନ ହୋଇଛନ୍ତି । ପ୍ରଶ୍ନୋତ୍ତର ପ୍ରତିଯୋଗିତା କନିଷ୍ଠ ଦଳରେ ଦିବାକର ମଣ୍ଡଳ ପ୍ରଥମ, କୁମୁଦ ପି. ଅଜମେରା ୨ୟ , କୁମାରୀ ରଶ୍ମିତା ପଡିଆରି ୩ୟ ସ୍ଥାନ ହାସଲ କରିବା ସ୍ଥଳେ କୁମାରୀ ନମ୍ରତା ନିହାରିକା, କ୍ରୀଷ୍ଣା ସରକାର, କୁମାରୀ ଅନ୍ନପୂର୍ଣ୍ଣା ତ୍ରିପାଠୀ ଓ ଜଗମୋହନ ସ୍ଵାଇଁ ସାନ୍ତ୍ଵନା ମୂଳକ ପୁରସ୍କାର ପାଇବା ପାଇଁ ଚୟନ ହୋଇଛନ୍ତି । ସେହିପରି ବରିଷ୍ଠ ଦଳରେ କୁମାରୀ ପରାୟଣୀ ହଂସଦା ପ୍ରଥମ, କୁମାରୀ ଶୁଭଶ୍ରୀ ଇସାଲବତ ୨ୟ , ମଣିରାମ ଧାରୁଆ ୩ୟ ସ୍ଥାନ ହାସଲ କରିବା ସ୍ଥଳେ ବାପି ବର୍ମନ , ରମେଶ ମାଡକାମୀ ଓ କୁମାରୀ ତେଜସ୍ଵିନୀ ମିଶ୍ର ସାନ୍ତ୍ଵନା ମୂଳକ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇବା
ଜଣାପଡିଛି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment