ପୋଲସରା,୦୨/୧୨ (ପିପିଟି):ବୁଢାମ୍ବସ୍ଥିତ ସେଣ୍ଟ୍ ଜାଭିୟର୍ ସ୍କୁଲରେ ବିଜ୍ଞାନମେଳା ଉଜ୍ଜାପିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ନିର୍ଦ୍ଦେଶକ ଫିଆଜୁଦିନ୍ ଖାନ୍ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ଅଧ୍ୟକ୍ଷ ଶିବରାମ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅଧ୍ୟାପକ ଜାହାଙ୍ଗୀର ଖାନ୍ ଓ ପ୍ରଶାସକ କୟମ୍ଉଦ୍ଦିନ୍ ସମ୍ମାନନୀୟ ଅତିଥିଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ବିଜ୍ଞାନମେଳାର ଗୁରୁତ୍ବ ଆଲୋକପାତ କରିଥିଲେ । ଏଥିରେ ପଚିଶିଟି ପ୍ରକଳ୍ପ ଯଥା , ସ୍ବଂୟଚାଳିତ ଯାନ୍ତ୍ରିକ ଉପକରଣ , ସୌରଶକ୍ତିସମ୍ପନ୍ନ ସ୍ମାର୍ଟ ସହର , ଜଳଚକ୍ର , ଜଳ ବିଷୋଧନ ଓ ପୃଥିବୀ ବଞ୍ଚାଅ ଭଳି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବୁଢାମ୍ବ ସେକ୍ଟର ସି ଆର୍ ସିସି ନୀଳମାଧବ ହୋତା ଓ ବିଜ୍ଞାନ ଶିକ୍ଷକ ଅଜିତ୍ କୁମାର ସେଠୀ ବିଚାରକ ଭାବେ ଯୋଗଦେଇଥିଲେ । ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳୀ ବିଶୋଇ ଓ ସ୍ବାଗତିକା ପାଢୀ ସମେତ ଅନୁଷ୍ଟାନର ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା