ପ୍ରଥମ ଏକ ଦିବସୀୟ ପାରସ୍ପରିକ ବ୍ୟବହାରିକ (ଭୂମିକା) ତାଲିମ ।

ବ୍ରହ୍ମପୁର:୩୦/୧୧(ପିପିଟି):ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ , ବ୍ରହ୍ମପୁର ଦ୍ୱାରା ପ୍ରଥମ ଏକ ଦିବସୀୟ ପାରସ୍ପରିକ ବ୍ୟବହାରିକ ତାଲିମ କାର୍ଯ୍ୟକ୍ରମ ଆଞ୍ଚଳିକ ନ୍ୟାୟିକ ଏକାଡେମୀ ବ୍ରହ୍ମପୁର ଠାରେ ଆୟୋଜିତ ହୋଇଯାଇଛି । ଏହି ତାଲିମ ରେ ନୟାଗଡ଼,ଫୁଲବାଣୀ, ମାଲକାନଗିରି ,ଗଜପତି, ନବରଙ୍ଗପୁର, ରାୟଗଡ଼ା ,କୋରପୁଟ ଓ କଳାହାଣ୍ଡି ର ଜିଲ୍ଲା ଜଜ ଏବଂ ଉକ୍ତ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ମାନେ ଅଂଶ ଗ୍ରହଣ କରିଥିଲେ । ଭି.ପି.ଥନକଚନ ସିନିୟର୍ ଟ୍ରେନର, ଏମ୍ସିପିସି,ସୁପ୍ରିମ କୋର୍ଟ ଅଫ ଇଣ୍ଡିଆ ତାଲିମ୍ ପ୍ରଦାନ କରିଥିଲେ । ବ୍ୟୋମକେଶ ନାୟକ , ଭାରପ୍ରାପ୍ତ ଡେପୁଟି ଡାଇରେକ୍ଟର ଅତିଥି ପରିଚୟ ପ୍ରଦାନ କରିଥିଲେ ।

Comments (0)
Add Comment