ଭଞ୍ଜନଗରରେ ଖୋଲିବ ଲାୟନ୍ ଇଣ୍ଟରନ୍ୟାସନାଲ କ୍ଲବର ନୂତନ ଶାଖା ।

ଭଞ୍ଜନଗର, ୨୫/୧୧(ପିପିଟି ):ଭଞ୍ଜନଗର ଅଞ୍ଚଳରେ ଆନ୍ତର୍ଜାତିକ ଲାୟନ ଇଣ୍ଟରନ୍ୟାସନାଲ କ୍ଲବର ଏକ ନୂତନ ଶାଖା ଲୟନ୍ସ କ୍ଲବ ଅଫ ଘୁମୁସର ନାମରେ ଆରମ୍ଭ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହାକୁ ସମାଜସେବୀ ତଥା ବିଶ୍ଵରୂପ ସଲ୍ୟୁସନର ନିର୍ଦ୍ଦେଶକ ବି.ସୁଶାନ୍ତ ପାତ୍ର ଆୟୋଜନ କରିଥିଲେ। ଏହାର କାର୍ଯ୍ୟକାରିତାକୁ ନେଇ ଭୁବନେଶ୍ବର କ୍ଲବର କର୍ମକର୍ତ୍ତା ବାଲ୍ମୀକି ପାତ୍ରଙ୍କ ତତ୍ତ୍ଵାବଧାନରେ ବାଉଁଶ ଲୁଣ୍ଡି ସ୍ଥିତ ସିଗନେଚର କାଫେ ଓ ରେଷ୍ଟୁରାଣ୍ଟ ଠାରେ ସଫଳ ରୂପାୟନ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବ ପ୍ରାନ୍ତ ପ୍ରମୁଖ ଜିଲ୍ଲା 322C4 ଗଭର୍ଣ୍ଣର ଡ଼. ହେମନ୍ତ କୁମାର ଖୁଣ୍ଟିଆ ଯୋଗ ଦେଇ କ୍ଲବ୍ ର କାର୍ଯ୍ୟପନ୍ଥା,ନିୟମାବଳୀ, ବିଚାର ଧାରା ଇତ୍ୟାଦି ବିଷୟରେ ଆଲୋଚନା କରି ସମସ୍ତଙ୍କୁ ଅବଗତ କରିଥିଲେ।ସମ୍ମାନିତ ଅତିଥି ଭାବେ କ୍ୟାପଟେନ ମହେନ୍ଦ୍ର କୁମାର ସ୍ବାଇଁ ଯୋଗ ଦେଇଥିବା ବେଳେ ସମାଜସେବୀ ଶୂଳପାଣି ଶତପଥୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ସୁଶାନ୍ତ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।ଏଥିରେ ବିପଦର ବନ୍ଧୁ ଅନୁଷ୍ଠାନର ପ୍ରଦୀପ ଜେନା, ବିନାୟକ ଗୌଡ଼, ସମାଜସେବୀ ପି ଏମ୍ ରାଉତରାୟ, ସୁଭାସିସ ମହାପାତ୍ର, ହରିଶଙ୍କର ପାତ୍ର, ଅଜିତ୍ କୁମାର ସ୍ବାଇଁ, ବିନୋଦ କୁମାର ଗୌଡ଼, ସିମାଞ୍ଚଳ ସାହୁ, ପୂର୍ଣ୍ଣଚନ୍ଦ୍ର ରଥ, ମାନସ ରଞ୍ଜନ ପଣ୍ଡା, ନାରାୟଣ ବିଷୋୟୀ, ରୁପକ୍ ସାହୁ, ସାମ୍ବାଦିକ ନିଲୁ ବିଷୋୟୀ, ବ୍ରହ୍ମାନନ୍ଦ ପୋଲାଇ, ଆଶିଷ କୁମାର ସାହୁ ଅଂଶଗ୍ରହଣ କରିଥିଲେ। ଏଥିସହ ନିକଟସ୍ଥ ଚିଦାନନ୍ଦ କୁଷ୍ଠାଶ୍ରମ, ତନରଡା ଜରାଶ୍ରମ ଓ ଶ୍ରୀବତ୍ସ ଗୋ-ଆଶ୍ରମରେ ଅନ୍ତେବାସୀଙ୍କୁ ଆହାର ବଣ୍ଟନ କରା ଯାଇଥିଲା।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment