ଭଞ୍ଜଟ୍ରଫି ଉଦଘାଟନୀ ମ୍ୟାଚରେ ବିହାର ବିଜୟୀ ।

ଭଞ୍ଜନଗର, ୨୪ା୧୧(ପିପିଟି):ଭଞ୍ଜନଗର ଜେଲ ପଡିଆରେ ଆଜି ଠାରୁ ଭଞ୍ଜ ଟ୍ରଫି-୨୦୨୫ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ମ୍ୟାଚ ଆୟୋଜକ ଭଞ୍ଜନଗର ଫୁଟବଲ ଏକାଡେମୀ ଓ ବକ୍ସର (ବିହାର) କାମାକ୍ଷା ଫୁଟବଲ କ୍ଲବ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ବିହାର ୨-୧ ଗୋଲରେ ବିଜୟୀ ହୋଇ ସେମି ଫାଇନାଲରେ ପ୍ରଥମ ଦଳ ଭାବେ ପହଞ୍ଚିଛି। ଆଜିର ମ୍ୟାଚ ର ରେଫରୀ ଶିବ ଶଙ୍କର ପଣ୍ଡା ଥିବାବେଳେ ଲାଇନ୍ସ ମ୍ୟାନ୍‌ ଦେବଦ୍ରତ ବେହେରା, ସୁଜିତ୍‌ ରାଜହଂସ, ଦିଲ୍ଲୀପ କୁମାର ରାଉତ, ମ୍ୟାଚ କମିଶନର ପି ଆନନ୍ଦ ରାଓ ଓ ପି ରମେଶ ଥିଲେ। ଟୁର୍ଣ୍ଣାମେଣ୍ଟରେ ୮ଟି ଟିମ୍‌ ଭାଗ ନେଇଛନ୍ତି। ସେଗୁଡିକ ମଧ୍ୟରେ ଭଞ୍ଜନଗର, ବିହାର ଟିମ୍‌ ସହ କୋରାପୁଟ , ସୁନ୍ଦରଗଡ଼, ସମ୍ବଲପୁର, ଭଞ୍ଜନଗର ମରାଠା ଏକାଦଶ, ଫୁଲବାଣୀ ଓ ହାଇଦ୍ରାବାଦ। ମଙ୍ଗଳବାର କୋରାପୁଟ ବ୍ରଦର୍ସ ଫୁଟବଲ କ୍ଲବକୁ ସୁନ୍ଦରଗଡ଼ ଦୋସ୍ତି ଫୁଟବଲ କ୍ଲବ ଭେଟିବ। ପ୍ରତ୍ୟେକ ଦିନ ଅପରାହ୍ନ ୨ ଟା ୩୦ମିନିଟରେ ଖେଳ ଆରମ୍ଭ ହେଉଛି। ଆଜିର ପ୍ରଥମ ମ୍ୟାଚ୍‌ରେ ନାଇଜେରିଆନ ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଦର୍ଶକମାନେ ଉତ୍ସାହିତ ଥିଲେ। ଉଦ୍‌ଘାଟନୀ ମ୍ୟାଚ୍‌କୁ ଭଞ୍ଜନଗର ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ପ୍ରସାଦ ପ୍ରଧାନ, ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ,ମାନସ ଜେନା, ଭାଜପା ରାଜ୍ୟ ପରିଷଦ ସଭ୍ୟା ଭୋଲି ସାହୁ , ଶିବ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କୋଷାଧ୍ୟକ୍ଷ ଗିରିଜା ଶଙ୍କର ଭୂୟାଁ ସଭା ସଂଯୋଜନା କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment