କାଜୁ ଜଙ୍ଗଲ ରୁ ନାବାଳକର ଗଳିତ ମୃତ ଦେହ ଉଦ୍ଧାର ।

ଭଞ୍ଜନଗର, ୩୦/୦୯(ପିପିଟି ):ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବଳୀ ଗ୍ରାମ ନିକଟ କାଜୁ ଜଙ୍ଗଲରୁ ଆଜି ଜଣେ ନାବାଳକର ଗଳିତ ମୃତଦେହ ଠାବ ହୋଇଛି।ନାବାଳକ ଜଣଙ୍କ ଗତ ୩ଦିନ ହେଲା ନିଖୋଜ ଥିବା ଜଣାପଡ଼ିଛି।ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାକୁ ପାଇ ନ ଥିଲେ।ଆଜି ସକାଳେ ଖଣ୍ଡରାବଳୀ-ରାମନା ପଲ୍ଲୀ ରାସ୍ତା କଡ଼ରେ ଏକ ଗଳିତ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ତାର ପରିଚୟ ଖୋଜିବାରେ ମୃତକ ଜଣକ ଅମର ବିଷୋୟୀ ଏବଂ ସେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣାପଡିଛି।ଅମରକୁ କେହି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ।
ଘଟଣା ସ୍ଥଳରେ ଗାଙ୍ଗପୁର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ଜଣେ ନାବାଳକ ଛାତ୍ରକୁ କିଏ ବା କାହିଁକି ହତ୍ୟା କଲା ତାହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି।ତଦନ୍ତ ରିପୋର୍ଟ ଆସିବା ପରେ ହିଁ ଘଟଣାର ପ୍ରକୃତ କାରଣ ଜଣାପଡିବ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment