ଚୋରା ଗଞ୍ଜେଇ ଚାଲାଣ ବେଳେ ୨ଗିରଫ।

ଭଞ୍ଜନଗର, ୦୬/୦୯(ପିପିଟି):ନିଶା କାରବାର ରୋକିବା ପାଇଁ ଭଞ୍ଜନଗର ପୋଲିସ୍ ପକ୍ଷରୁ ଅହରହ ଉଦ୍ୟମ ଚାଲିଛି।ଆଉ ଏଥିରେ ଅନେକାଂଶରେ ମଧ୍ୟ ସଫଳ ହୋଇଛି।ଫଳରେ ବହୁ ପରିମାଣରେ ଚୋରା ମଦ, ଗଞ୍ଜେଇ ଓ ବ୍ରାଉନ ସୁଗର ଭଳି ନିଶାଦ୍ରବ୍ୟ ଜବତ ହେବା ସହ ଏସବୁ କାରବାରରେ ଲିପ୍ତ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଅନ୍ୟପଟେ କନ୍ଧମାଳ ଜିଲ୍ଲାକୁ ଗଞ୍ଜେଇର ଭୁ-ସ୍ୱର୍ଗ ବୋଲି କୁହାଯାଇଛି।ଏହି ଜିଲାରୁ ଅଧିକାଂଶ ସମୟରେ ବେନିୟମ ଭାବେ ଗଞ୍ଜେଇ ଚାଲାଣ ହେଉଛି। ଭଞ୍ଜନଗର ରାସ୍ତାରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ କଡ଼ାକଡ଼ି କରି ବାରମ୍ବାର ଚଢାଉ କରାଯାଉଛି। ତଥାପି ବେନିୟମ ଗଞ୍ଜେଇ କାରବାର ବନ୍ଦ ହେବାର ନାହିଁ।ଏଭଳି ସ୍ଥିତିରେ ଶନିବାର ଭଞ୍ଜନଗର ପୋଲିସ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କନ୍ଧମାଳ ଜିଲ୍ଲା ବାଲିପଦର ଗ୍ରାମର ନଟବର ସାହୁ ଓ ଭଞ୍ଜନଗର ଥାନା ବଡ଼କୋଦଣ୍ଡା ଛକ ଅଞ୍ଚଳର ରାଜେନ୍ଦ୍ର ପାଢ଼ୀ। ଏନେଇ ଭଞ୍ଜନଗର ଥାନାରେ କେସ ନଂ ୧୦୨୧/୨୫ରେ ଏକ ମାମଲା ରୁଜୁ ହୋଇଛି।ଚୋରା ଗଞ୍ଜେଇ ଚାଲାଣ ବେଳେ ସେମାନଙ୍କ ଠାରୁ ୧୩ କେଜି ୪୭୦ ଗ୍ରାମ ଗଞ୍ଜେଇ, ଗୋଟିଏ ବାଇକ୍‌, ୨୮୨୦ ଟଙ୍କା ସମେତ ୨ଟି ମୋବାଇଲ ଫୋନ୍‌ ଜବତ ହୋଇଛି।ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତମାନେ ଗୋଛାପଡ଼ାରୁ ଭଞ୍ଜନଗର ଅଭିମୁଖେ ବାଇକ୍‌ ଯୋଗେ ଗଞ୍ଜେଇ ଚାଲାଣ କରୁଥିଲେ। ଏନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତମାନଙ୍କୁ ପୋଲିସ୍ ଧରିବାରେ ସଫଳ ହୋଇଛି।ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି।

ରିପୋର୍ଟ୍ -ଜେ.କେ ପଟ୍ଟନାୟକ

Comments (0)
Add Comment