ବିଲ ରୁ ଗଳିତ ଶବ ଉଦ୍ଧାର; ସ୍ଥିତି ଅନୁଧ୍ୟାନ କଲା ସାଇଣ୍ଟିଫିକ ଟିମ୍ ।

ଭଞ୍ଜନଗର,୦୫/୦୯(ପିପିଟି):ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କୁଲାଙ୍ଗି ଓ ଲାଠିପଡ଼ା ଗ୍ରାମ ମଝିରେ ଥିବା ହାଡ଼ି ମଶାଣି ଠାରେ ଏକ ବିଲ ରୁ ଗଲିତ ଶବ୍ ଉଦ୍ଧାର ହୋଇଛି।ମୃତକ ଜଣକ ହେଲେ ଲାଠିପଡ଼ା ଗ୍ରାମର ସଞ୍ଜୟ ସ୍ୱାଇଁଙ୍କ ପୁଅ ବିଭୁ ପ୍ରସାଦ ସ୍ୱାଇଁ ବୟସ ୨୫। ସୂଚନା ମୁତାବକ ବିଭୁ ଗତ ପାଞ୍ଚ ଦିନ ହେଲା ଘର ଛାଡି କେଉଁ ଆଡ଼େ ପଳେଇ ଯାଇଥିଲେ । ଏହି ସମ୍ପର୍କରେ ଘର ଲୋକ ସୋରଡ଼ା ଥାନା ରେ ଏକ ନିଖୋଜ ଥିବା ଏତେଲା ଦେଇଥିଲେ । ପୋଲିସ ବହୁ ଖୋଜା ଖୋଜି କରୁଥିଲେ। ଗୁରୁବାର ବିଭୁର ମୃତ ଶରୀର ବିଲ ରେ ପଡ଼ିଥିବା କିଛି ଲୋକ ଦେଖି ସୋରଡ଼ା ପୋଲିସକୁ ସୂଚନା ଦେଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଅଧିକା ତଦନ୍ତ କରୁଛି । ହେଲେ ବିଭୁ ର ମୃତ୍ୟୁ କାହିଁକି ହେଲା ତାହାର କାରଣ ଅସ୍ପଷ୍ଟ ରହିଛି। ଆଜି ଏହି ଘଟଣା ବ୍ରହ୍ମପୁରରୁ ଏକ ସାଇଣ୍ଟଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଥିବା ବେଳେ ଆସ୍କା ଏସଡିପିଓ ସନ୍ତୋଷ କୁମାର ଜେନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।ତେବେ ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର କୁ ପଠାଯାଇଛି ।ରିପୋର୍ଟ ଆସିବା ପରେ ହିଁ ଏହା ହତ୍ୟା କି ଆତ୍ମହତ୍ୟା ଜଣାପଡ଼ିବ ।

ରିପୋର୍ଟ୍ -(ଜେ. କେ ପଟ୍ଟନାୟକ)

Comments (0)
Add Comment