ଭଞ୍ଜନଗର, ୦୨/୦୯(ପିପିଟି)::ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ସାଳୁଆପଲ୍ଲୀ ନିକଟରେ ଆଜି ସକାଳେ ଗୋଟିଏ କାର ଧକ୍କାରେ ୩୩ କେଭି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଛି। ଫଳରେ କଣ୍ଟେଇପଲ୍ଲୀ ଗ୍ରିଡ ସବ ଷ୍ଟେସନରୁ ଭଞ୍ଜନଗର ବିଦ୍ୟୁତ ସେବା ବହୁ ସମୟ ଧରି ବନ୍ଦ ରହିଥିଲା।ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଲୋକେ ବିଦ୍ୟୁତ ସେବା ପାଇ ନ ପାରି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। କାରଟି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଗାଡ଼ିର ଚାଳକ ଏବଂ ଅନ୍ୟମାନେ ସୁରକ୍ଷିତ ଥିବା ଜଣାପଡିଛି।କାରଟିର ଚକା ଫାଟିଯିବାରୁ ଏଭଳି ଦୁର୍ଘଟଣା ହୋଇଥିବା ଜଣାପଡିଛି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)