ପଦ୍ମଗିରି ଠାରେ ୪୫ଟି ଜନ ଅଭିଯୋଗ ଶୁଣାଣି ।

ମାଲକାନଗିରି, ୦୧/୦୯(ପିପିଟି):ଆଜି ମାଲକାନଗିରି ବ୍ଲକ୍ ପଦ୍ମଗିରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ।
ଆଜି ମୋଟ ୪୫ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା l ସେଥି ମଧ୍ୟରୁ ୫ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୪୦ ଗୋଟି ସାମୂହିକ ଅଭିଯୋଗ ରହିଥିଲା। ଏହି ଶୁଣାଣିରେ ରାସନ୍ କାର୍ଡ, ଶ୍ରମ କାର୍ଡ, ଆଧାର କାର୍ଡ ଅପଡେଟ, ଜଙ୍ଗଲ ଜମି ପଟ୍ଟା, ଆବାସ ଯୋଜନା ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ କ୍ୟାମ୍ପ କରାଯାଇ ଅନଲାଇନ୍ ସେବା ଯୋଗାଇ ଦିଆଯାଇଥିଲା। ଆଜିର ଶିବିରରେ ୩୬ ଜଣ ଶ୍ରମିକଙ୍କୁ ଶ୍ରମ କାର୍ଡ ପ୍ରଦାନ କରାଯାଇଥିବା ବେଳେ ନୂତନ ଭାବେ ୪୫ ଜଣ ଶ୍ରମିକ ନାମ ପଞ୍ଜୀକରଣ କରିଥିଲେ। ସେହିପରି ୮ ଜଣ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି। ନୂତନ ଭାବେ ୭ ଜଣ ହିତାଧିକାରୀଙ୍କର ରାସନ୍ କାର୍ଡ ନିମନ୍ତେ ନାମ ପଞ୍ଜୀକରଣ କରାଯାଇଛି। ସେହିପରି ୩ ଜଣ କୃଷକଙ୍କ ନାମ ପଞ୍ଜୀକରଣ ହୋଇଛି। ଆଠ ଜଣ ବ୍ୟକ୍ତିଙ୍କର ଆଧାର କାର୍ଡ ଅପଡେଟ୍ କରାଯାଇଛି । ଜିଲ୍ଲାପାଳଙ୍କ ଏହି ଅଭିନବ ପ୍ରୟାସ ଯୋଗୁଁ ଅନେକ ଗ୍ରାମାଞ୍ଚଳ ହିତାଧିକାରୀ ତୁରନ୍ତ ଅନଲାଇନ୍ ସେବା ପାଇ ଉପକୃତ ହୋଇ ପାରୁଛନ୍ତି।ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ବନଖଣ୍ଡ ଅଧିକାରୀ ସାଇ କିରଣ, ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ,ଉପସ୍ଥିତ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଡିଓ, ତହସିଲଦାର , ସହାୟକ ଜିଲ୍ଲାପାଳ ନିର୍ବାଚନ ଅଶୋକ ଚକ୍ରବର୍ତ୍ତୀଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment