ୟୁରିଆ ସାର ଅଭାବ ଯୋଗୁଁ ଚାଷୀମାନଙ୍କ ଦ୍ଵାରା ରାସ୍ତା ଅବରୋଧ ।

ମାଲକାନଗିରି,୨୫/୦୮(ପିପିଟି):ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଶିଖପାଲ୍ଲୀ ଠାରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ୩୨୬ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ୟୁରିଆ ସାରର ଉତ୍କଟ ଅଭାବ ସାଙ୍ଗକୁ ବାହାର ବଜାରରେ ବସ୍ତା ପିଛା ୭୦୦ ରୁ ୮୦୦ ଟଙ୍କା ରେ କଳାବଜାରୀ କରି ବିକ୍ରୟ ପ୍ରତିବାଦ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।
ପ୍ରକାଶ ଥାଉ କି ତଣ୍ଡିକି, ଚାଲିଣଗୁଡା,ମାଟାପାକା, ଶିଖପାଲ୍ଲୀ, ଗୋରାଖୁଣ୍ଟି, ଚିତ୍ରାଙ୍ଗପାଲ୍ଲୀ,ବଦଲି,ମାନ୍ଦାପାଲ୍ଲୀ,ନିଲିଗୁଡା,ମାଟେରୁ ଅଞ୍ଚଳରେ ଚାଷୀମାନେ ଧାନ ରୋପଣ କରିଥିଲେ ମଧ୍ୟ ଶିଖପାଲ୍ଲୀ ଲ୍ୟାମ୍ପ ତରଫରୁ ମାସେ ହେଲା ୟୁରିଆ ସାର ଯୋଗାଇ ଦିଆଯାଉ ନଥିବା ନବନିର୍ମାଣ କୃଷକ ସଂଗଠନର ସଭାପତି ଏରା ପଡିଆମୀ ଅଭିଯୋଗ କରିଛନ୍ତି। ଶିଖପାଲ୍ଲୀ ଲ୍ୟାମ୍ପ ତରଫରୁ ସପ୍ତାହ ପ୍ରତି ସୋମବାର ସୋମବାର ଦିନ ସାର୍ ମିଳିବାର ନିୟମ ଥିଲେ ମଧ୍ୟ ୟୁରିଆ ସାର ଯୋଗାଣ ନ ହେବାରୁ ସଂଗଠନ ତରଫରୁ ଏକଦାବି ପତ୍ର ଗତ ୨୦ ତାରିଖ ଦିନ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ପ୍ରଦାନ କରାଯାଇଥିଲା। ସେ ୨/୩ ଦିନ ମଧ୍ୟରେ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ୟୁରିଆ ସାର
ଯୋଗାଣରେ ବିଳମ୍ବ ହେବାରୁ ଶହ ଶହ ଚାଷୀ ଶିଖପାଲ୍ଲୀ ଠାରେ ଏକତ୍ରିତ ହୋଇ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାରେ କିଛି ସମୟ ପାଇଁ ଯାନବାହାନଗୁଡିକୁ ଠପ୍ ହୋଇଯାଇଥିଲା । ସୂଚନା ପାଇ
ମାଲକାନଗିରି ତହସିଲଦାର ବୁଝା ସୁଧା କଲା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଦୁଇ ଦିନ ମଧ୍ୟରେ ୟୁରିଆ ସାର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଥିଲେ। ପ୍ରକାଶ ଥାଉ କି ଲ୍ୟାମ୍ପ କୁ ବର୍ତ୍ତମାନ ୬୦୦ ବସ୍ତା ୟୁରିଆ ଆସିଥିବା ବେଳେ
ଗୁରାଖୁଣ୍ଟା ଚାଷୀମାନଙ୍କୁ ଆଜି ୟୁରିଆ ସାର ବିକ୍ରୟ ହେଲା ପରେ ଆସନ୍ତା କାଲି ଶିଖ ପାଲ୍ଲୀ ଚାଷୀମାନଙ୍କୁ ପ୍ରଦାନ କରା ଯିବ। ତେବେ ୬୦୦ ବସ୍ତା ୟୁରିଆ ହଜାର ହଜାର ଚାଷୀମାନଙ୍କୁ
ଅଭାବ ପଡିବ ବୋଲି ଜଣା ପଡିଛି।ଅନ୍ଯ ପକ୍ଷରେ ଲ୍ୟାମ୍ପରେ
ୟୁରିଆ ସାର ଯୋଗାଣ ରେ ଅବହଳା ଯୋଗୁଁ ବାହାରେ ୟୁରିଆ ସାର ବସ୍ତା ପିଛା ସାତ ଶହ ରୁ ଆଠ ଶହ ଟଙ୍କା ବିକ୍ରୟ ହୋଉଥିବା ସଙ୍ଗଠନ ଅଭିଯୋଗ ହୋଇଛି। ତୁରନ୍ତ ୟୁରିଆ ସାର ସମସ୍ତ ଚାଷୀମାନଙ୍କୁ ଯୋଗାଇ ନ ଦେଲେ ପୁନଶ୍ଚ ଆନ୍ଦୋଳନ ହେବ ବୋଲି କୁହାଯାଇଛି।
ଏହି ଆନ୍ଦୋଳନ ରେ ନବନିର୍ମାଣ କୃଷକ ସଂଗଠନ ର ସଭାପତି ଏରା ପଡିଆମୀ,ମୁକା ମାଡକାମୀ,ସୋମନାଥ ମାଡକାମୀ, ଲକ୍ଷ୍ମୀକାନ୍ତ ମାଢି,ରାଜୁ ଆବାସିକ, ଦଶରଥ ଡୁରୁକା,ଦେବା ପଡିଆମୀ ପ୍ରମୁଖ ନେତୃତ୍ବ ନେଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment