ବ୍ୟାଟମିଣ୍ଟନ ଜୁନିଅର ସିଙ୍ଗଲ୍ସ ମ୍ୟାଚ ଉଦଯାପିତ, ଆଶୁତୋଷ ୧ମ, ପ୍ରିନ୍ସ ୨ୟ ।

ପୋଲସରା ୧୭/୦୮(ପିପିଟି ):ପୋଲସରା ସହର ସ୍ଥିତ ବହୁମୁଖୀ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ରେ କୋଚ ପଦ୍ମ ଚରଣ ନନ୍ଦ ଙ୍କ ତତ୍ୱାବଧାନ ରେ ଦୁଇ ଦିନ ଧରି ଚାଲିଥିବା ସିଙ୍ଗଲ୍ସ ଜୁନିଅର ବ୍ୟାଟମିଣ୍ଟନ ମ୍ୟାଚ ଉଦଯାପିତ ହୋଇଯାଇଛି ।ଏଥିରେ ୨୪ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଏଥିରେ ୪ ଜଣ ଖେଳାଳି ଙ୍କୁ ଚୟନ କରାଯାଇଥିଲା ।ଏହି ମ୍ୟାଚ କାର୍ଯ୍ୟକ୍ରମ ରେ ଓଡିଶା ଗ୍ରାମୀଣବ୍ୟାଙ୍କର ଶାଖା ପରିଚାଳକ ଶ୍ରୀକାନ୍ତ କୁମାର ଗୌଡ଼, ସମ୍ବିତ କୁମାର ରାଉତରାୟ, ସୁନୀଲ ସ୍ୱାଇଁ, ସଂଗ୍ରାମ କେଶରୀ ଶାସମଲ ପ୍ରମୁଖ ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସହିତ କରିବା ସହିତ ଖେଳାଳି ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଅମିତୋଷ ସାହୁ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ପ୍ରିନ୍ସ ସାମଲ ଦ୍ଵିତୀୟ, ଆଦିତ୍ୟ ହୋତା ତୁତୀୟ ଓ ସାନ୍ତୁନୁ ପଟ୍ଟନାୟକ ୪ର୍ଥ ସ୍ଥାନ ହାସଲ କରିଥିଲେ । ମ୍ୟାଚ ପରିଚାଳନା ସମୟରେ ଶଙ୍କର ପରିଡା, ସୁଶାନ୍ତ ବେହେରା, ସନ୍ତୋଷ ବେହେରା, ଶିବ ପ୍ରସାଦ ସାହୁ ବାବୁଲା ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ମିଶ୍ର ସମେତ ଇଣ୍ଡୋର ଷ୍ଟାଡିଅମ ର ଖେଳାଳି ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ୍ -ସନ୍ତୋଷ କୁମାର ପଣ୍ଡା

Comments (0)
Add Comment