ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ବୈଠକ ।

ଭଞ୍ଜନଗର, ୦୩/୦୮(ପିପିଟି):ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ମାସିକ ବୈଠକ ସ୍ଥାନୀୟ ଜଙ୍ଗଲ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବି ସୋମନାଥ ନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଆରମ୍ଭରେ ସଭାପତି ପ୍ରାରମ୍ଭିକ ସୂଚନା ଦେବାପରେ ସମୂହ ପ୍ରାର୍ଥନା କରାଯାଇଥିଲା। ମଞ୍ଚର ବରିଷ୍ଠ ସଦସ୍ୟ ତଥା ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ଶିବରାମ ପଣ୍ଡାଙ୍କ ଧର୍ମପତ୍ନୀ ସ୍ବର୍ଗତା ରେଣୁପ୍ରଭା ପଣ୍ଡାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ତାଙ୍କର ଅମର ଆତ୍ମାର ସଦଗତି ସକାଶେ ଦୁଇ ମିନଟ ନୀରବ ପାର୍ଥନା କରାଯାଇଥିଲା। ସଭାପତିଙ୍କ ନିର୍ଦେଶ କ୍ରମେ ସଂପାଦକ ରବିନାରାୟଣ ସାମନ୍ତ ଗତ ବୈଠକର ବିବରଣୀ ପାଠ କରି ଗୃହୀତ କରାଇଥିଲେ।ଆଜିର ବୈଠକରେ ୩ଜଣ ନୂତନ ସଭ୍ୟ ଭାବେ ଅମୁଲ୍ୟ ପ୍ରଧାନ,ଜନାର୍ଦ୍ଦନ ପଣ୍ଡା ଓ ବଂଶୀଧର ବିଷୋୟୀଙ୍କୁ ସଭାପତି ପରିଚୟ ପତ୍ର ପ୍ରଦାନ କରିଥିଲେ। ଆଗାମୀ ସ୍ୱାଧୀନତା ଦିନ ନାୟକ ଭବନ ସାମ୍ନାରେ ପାଳନ କରିବା ପାଇଁ ସ୍ଥିର କରାଗଲା। ବୈଠକରେ ରବିନ୍ଦ୍ରନାଥ ଆଚାର୍ଯ୍ୟ, ପ୍ରତାପ ଚଦ୍ର ସାହୁ, ମଧୁସୂଦନ ସ୍ୱାଇଁ, ମାଗୁଣି ମିଶ୍ର, ରାମଚନ୍ଦ୍ର ଚୌଧୁରୀ, ଲଡୁ କିଶୋର ପ୍ରଧାନ, ହରିହର ବେହେରା, ଶିବ ପ୍ରସାଦ ସୁବୁଦ୍ଧିଙ୍କ ସମେତ ପ୍ରାୟ ୪୦ ଜଣ ସଭ୍ୟ ଉପସ୍ଥିତ ଥିଲେ। ଶେଷରେ ସଂପାଦକ ରବିନାରାୟଣ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ-  ଜେ.କେ ପଟ୍ଟନାୟକ)

Comments (0)
Add Comment