ବାଳିକା ହାଇସ୍କୁଲରେ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ।

ପୋଲସରା, (ପିପିଟି):ପୋଲସରା ସ୍ଥିତ ଲିଙ୍ଗରାଜ ବାଳିକା ହାଇସ୍କୁଲରେ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ପୋଲସରାର ଯୋଗ ଗୁରୁ ଶିବରାମଙ୍କ ମାର୍ଗଦର୍ଶନରେ ଉପସ୍ଥିତ ଛାତ୍ରୀମାନଙ୍କୁ ଯୋଗର ବିଭିନ୍ନ କଳାକୌଶଳ ପ୍ରଶିକ୍ଷଣ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଦିବ°ଗତ ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜିତା ସାହୁଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳୀ ଦିଆଯିବାସହ ଅମର ଆତ୍ମାର ସଦଗତି କାମନା ସ୍ୱରୂପ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗାୟତ୍ରୀ ମନ୍ତ୍ର ସାମୁହିକ ପାଠ ଏବଂ ଗୁରୁବନ୍ଦନା ଯୁଗ ନିର୍ମାଣ ସତ୍ ସଂକଳ୍ପ ପାଠ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନୟ ପ୍ରସାଦ ସାହୁଙ୍କ ସମେତ ଅନ୍ୟ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଏଵଂ କର୍ମଚାରୀ ଉପସ୍ଥିତ ଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment