ପଡୋଶୀ ଘର ବିଛାଇ ଥିବା ବେଆଇନ ବିଦ୍ୟୁତ୍ ତାର ଲାଗି ନାବାଳକର ମୃତ୍ୟୁ ।

ପୋଲସରା,୨୦/୦୭ (ପିପିଟି) : ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମରେ ପଡୋଶୀ ଘର ବିଛାଯାଇ ଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ ନାବାଳକ ର ମୃତ୍ୟୁ ଘଟିଛି। ନାବାଳକ ଜଣଙ୍କ ତନ୍ମୟ ସାହୁ (୧୨ ) ରୋଡ଼ ସାହି ପରମାନନ୍ଦ ସାହୁଙ୍କ ବଡ଼ ପୁଅ।ସୂଚନା ମୁତାବକ ଆଜି ରବିବାର ଛୁଟିଦିନ ହୋଇଥିବା ବେଳେ ଦିବା ୨ ଘଣ୍ଟା ସମୟରେ ତନ୍ମୟ ନିଜ ବାରିପଟେ ମକମଲ୍ଲୀ ଫୁଲ ଗଛ ଲଗାଇଥିବା ସମୟରେ ପଡ଼ୋଶୀ ଘର ସୁଶାନ୍ତ କୁମାର ସାହୁ ଙ୍କ ଦ୍ବାରା ବିଛାଇ ଥିବା ବେଆଇନ ବିଦ୍ୟୁତ୍ ତାରରେ ଲାଗି ମୃତ୍ୟୁ ବରଣ କରିଥିଲେ। ପରିବାର ଓ ସାହି ଲୋକ ଜାଣିବା ପରେ ତୁରନ୍ତ ପୋଲସରା ମେଡିକାଲକୁ ତନ୍ମୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଘଟଣା ଜାଣିବା ପରେ ସୁଶାନ୍ତଙ୍କ ଘର ଆଗରେ ଉତେଜନା ପରିସ୍ଥିତି ଦେଖିବାକୁ ମିଳିଛି। ପୋଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ସୁଶାନ୍ତ କୁମାର ସାହୁ ଓ ତାଙ୍କ ସ୍ତ୍ରୀ କୁ ଚିରିକିପଡା ଶାସନ ଘରୁ ଉଠାଇ ନେଇ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବେଳେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ବ୍ଯବସ୍ଥା କରାଯିବ ବୋଲି ଥାନା ଅଧିକାରୀ କୌଶିକ ମାଝୀ ଠାରୁ ପ୍ରକାଶ ପାଇଛି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment