ଯୌତୁକ ଦାବି କରି ଗର୍ଭବତୀ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ ; ସ୍ୱାମୀ ଗିରଫ।

ବେଲଗୁଣ୍ଠା, ୧୬/୦୭(ପିପିଟି) : ବେଲଗୁଣ୍ଠା ଥାନା ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ଅଧିକ ଯୌତୁକ ଦାବୀ କରି ତାଙ୍କୁ ସ୍ୱାମୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଅଭିଯୋଗକାରୀ ମହିଳା ଜଣଙ୍କ ହେଲେ ବେଲଗୁଣ୍ଠା ଥାନ ଅନ୍ତର୍ଗତ ନାୟକପଡ଼ା ଗ୍ରାମର ବାପୁନି ବେହେରାଙ୍କ ସ୍ତ୍ରୀ ଲକ୍ଷ୍ମୀ ବେହେରା (୨୧) । ତାଙ୍କ ବାପ ଘର ଜଗନ୍ନାଥପ୍ରସାଦ ଅନ୍ତର୍ଗତ ଛାମୁଣ୍ଡା ହୋଇଥିବା ବେଳେ ଶାଶୁଘର ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନାୟକପଡ଼ା । ଲକ୍ଷ୍ମୀଙ୍କ ଅଭିଯୋଗ ପ୍ରକାରେ ସେ ତିନି ମାସ ତଳେ ବାପୁନୀକୁ ବିବାହ କରିଥିଲେ । ବିବାହ ପରେ ବାପୁନୀ ଲକ୍ଷ୍ମୀଙ୍କୁ ନେଇ ସୁରଟ୍ ଚାଲିଯାଇଥିଲା ।  ଲଷ୍ମୀ ତାର ସମ୍ବଳ ମୁତାବକ ବିବାହ ସମୟରେ ଜାନିଯତୁକ ଆଣିଥିବା ବେଳେ ସେଠାରେ ସେ ଲକ୍ଷ୍ମୀକୁ ବାପା ଘରୁ ଅଧିକ ଯୌତୁକ ଆଣିବାକୁ ନିର୍ଯ୍ୟାତନା ଦେବା ସହିତ ଲକ୍ଷ୍ମୀର ସମସ୍ତ ସୁନା ଅଳଙ୍କାରକୁ ବିକ୍ରି କରିଦେଇଥିଲା । ବର୍ତ୍ତମାନ ଲକ୍ଷ୍ମୀ ଗର୍ଭବତୀ ଥିବାବେଳେ ବାପୁନୀ କିଛି ଦିନ ତଳେ ଲକ୍ଷ୍ମୀକୁ ନେଇ ଗାଆଁକୁ ଫେରିଛି । ଗତ ତେର ତାରିଖରେ ବାପୁନୀ ଲକ୍ଷ୍ମୀକୁ ଧରି ତାର ମାଉସୀ ଘର ଖଜୂରୀପଲ୍ଲୀକୁ ଯାଇଥିଲା । ୧୪ ତାରିଖ ଦିନ ଆଧାରକାର୍ଡ ସଂଶୋଧନ କରାଇବାକୁ କହି ବାପୁନୀ ଲକ୍ଷ୍ମୀକୁ ନିମ ପଦର୍ ନେବା ସହିତ ସେଠାରୁ ଏକ ଘଞ୍ଚ କାଜୁ ଜଙ୍ଗଲ ଭିତରକୁ ନେଇଯାଇ ସେଠାରେ ଲକ୍ଷ୍ମୀକୁ ମରଣାନ୍ତକ ଆକ୍ରମଣ କରିଥିଲା । ଲକ୍ଷ୍ମୀ ସେଠାରୁ ବହୁତ କଷ୍ଟରେ ଜୀବନ ବଞ୍ଚାଇ ପଳାଇଆସି ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଥିଲା । ଲକ୍ଷ୍ମୀ ନିଜ ଶାଶୁ ଅହଲ୍ୟା ବେହେରା ଏବଂ ସ୍ୱାମୀ ବାପୁନୀ ନାମରେ ଅଭିଯୋଗ କରିଥିବା ବେଳେ ବେଲଗୁଣ୍ଠା ଥାନାରେ ୩୬୪/୨୫ ରେ ଏକ ମାମଲା ରୁଜୁ କରାଯାଇ ଲକ୍ଷ୍ମୀଙ୍କ ସ୍ୱାମୀ ବାପୁନିକୁ କୋର୍ଟଚାଲାଣ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ପ୍ରକାଶ କରିଛନ୍ତି ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Comments (0)
Add Comment