୧୭ ତାରିଖ ଓଡ଼ିଶା ବନ୍ଦ ଡାକରା ସଫଳ କରିବାକୁ ଆହ୍ୱାନ।

ଭଞ୍ଜନଗର, ୧୬/୦୭(ପିପିଟି):ଭଞ୍ଜନଗର ହାଇସ୍କୁଲ ଛକ ନାୟକ ଭବନରେ ଆଜି ଭଞ୍ଜନଗର ୧୨ଘଣ୍ଟିଆ ବନ୍ଦକୁ ନେଇ ଏକ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି।ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ପ୍ରତି ହୋଇଥିବା ସୁପରିକଳ୍ପିତ ହତ୍ୟାକାଣ୍ଡ ବିରୁଦ୍ଧରେ ୧୭ ତାରିଖ ଦିନ କଂଗ୍ରେସ ପାର୍ଟି ସମେତ କମ୍ୟୁନିଷ୍ଟ ପାର୍ଟି ଓ ଅନ୍ୟାନ୍ୟ ୮ଟି ରାଜନୈତିକ ଦଳ ତରଫରୁ ବନ୍ଦ ଡାକରା ଫିଆଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ଭଞ୍ଜନଗରରେ ବନ୍ଦକୁ ସଫଳ କରିବା ପାଇଁ ନିଷ୍ପତି ନିଆଯାଇଛି। ସ୍କୁଲ, କଲେଜ, ଅଫିସ, ଦୋକାନ, ବଜାର ଓ ଚକ ଅଖ ଆଦି ବନ୍ଦ କରିବା ପାଇଁ ଅନୁରୋଧ କରାଯାଇଛି। ବାଲେଶ୍ୱର ଝିଅ ସୌମ୍ୟଶ୍ରୀଙ୍କ ମୃତ୍ୟୁରେ ସାରା ଦେଶ ହତଚକିତ, ଫକୀର ମହୋନ ମହାବିଦ୍ୟାଳୟର ପ୍ରିନସିପାଲ ଅଶୋକ ଘୋଷ,ବିଭାଗ ମୁଖ୍ୟ ସମୀର ସାହୁଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ, ସାଂସଦ, ବିଧାୟକ ସମସ୍ତଙ୍କୁ ଜଣାଇ ବାରମ୍ବାର ନ୍ୟାୟ ଭିକ୍ଷା କରିଥିଲେ ମଧ୍ୟ କେହିବି ସେଥିପ୍ରତି କର୍ଣ୍ଣପାତ କରି ନଥିଲେ। ଯାହାଦ୍ୱାରା ସେ ବାଧ୍ୟ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ। ଏଥିପାଇଁ ସମସ୍ତ ସରକାରୀ ବ୍ୟବସ୍ଥା ଦାୟୀ ବୋଲି ଆଜିର ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଛି।ତେଣୁ ପିସିସି ଡ଼ାକରାରେ ଆସନ୍ତା ୧୭ ତାରିଖ ଓଡିଶା ବନ୍ଦକୁ ଭଞ୍ଜନଗରରେ ସଫଳ କରିବା ପାଇଁ ଦଳୀୟ ନେତୃବୃନ୍ଦ ଜଣାଇଛନ୍ତି। ଦଳମତ, ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ବନ୍ଦକୁ ସଫଳ କରିବାକୁ ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟର ଆବାହକ ଓ ବରିଷ୍ଠ ଆଇନଜୀବି ସୋମନାଥ ନାୟକ, କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ବିଷୋୟୀ, ଆଇନଜୀବୀ ଅଭିମନ୍ୟୁ ଗୌଡ଼,ସିପିଆଇ(ଏମ-ଏଲ)ର ଜିଲ୍ଲା ସମ୍ପାଦକ ନିରାକାର ନାୟକ,ସମାଜସେବୀ ରବି ନାରାୟଣ ସାମନ୍ତ, ବିପିନ କୁମାର ବେହେରା,ଯୁଧିଷ୍ଠିର ବେହେରା,ସୂର୍ଯ୍ୟ ନାରାୟଣ ପ୍ରଧାନ, ସୁରେନ୍ଦ୍ର ବେହେରା, ଗୋବିନ୍ଦ ଚନ୍ଦ୍ର ଲେଙ୍କା ପ୍ରମ୍ମୁଖ ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ।

(ରିପୋର୍ଟ –ଜେ.କେ ପଟ୍ଟନାୟକ)

Comments (0)
Add Comment