ନଦୀରେ ବୁଡ଼ି ବୃଦ୍ଧ ମୃତ ।

ପୋଲସରା, (ପିପିଟି): ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗ୍ରାମ ନିକଟ ଧନେଇ ନଦୀରେ ବୁଡ଼ି ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି । ମୃତକ ପୋଲସରା ସୂର୍ଯ୍ୟ ନଗର ର ସୂର୍ଯ୍ୟ ପ୍ରଧାନ ହୋଇଥିବା ବେଳେ ସେ ଆଜି ନଦୀ କୁ ଗାଧୋଇବାକୁ ଯାଇ ଅସାବଧାନତା ବଶତଃ ପାଣି ରେ ବୁଡ଼ି ଯାଇଥିଲେ । ବହୁ ସମୟଧରି ସେ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ବହୁ ଆଡେ ଖୋଜାଖୋଜି ପରେ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସୂର୍ଯ୍ୟ ଙ୍କୁ ନଦୀରୁ ଉଧାରକରୀ ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିବା ବେଳେ ଏଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଖବରପାଇ ପୋଲିସ ମେଡିକାଲ ରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment