ସୁବର୍ଣ୍ଣପୁର ଜିଲ୍ଲାର ବୁଲିଲା ଶିଶୁ ଶ୍ରମିକ ନିରାକରଣ ରଥ।

ସୁବର୍ଣ୍ଣପୁର ,୨୬/୦୬(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଉଦ୍ୟମରେ ଆଜି ଏକ ଶିଶୁ ଶ୍ରମିକ ନିରାକରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ଉପଲକ୍ଷେ ଏକ ସଚେତନତା ରଥ ସହିତ ଏହି ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ ।୧୪ ବର୍ଷ ସମ୍ପୂର୍ଣ୍ଣ ହୋଇ ନ ଥିବା ଶିଶୁ କୁ କୌଣସି ପ୍ରକାରର ବୃତ୍ତି ଓ ପ୍ରକ୍ରିୟାରେ ତଥା ୧୫ ବର୍ଷ ବୟସରୁ ୧୮ ବର୍ଷ ବୟସ ର କିଶୋରଙ୍କୁ କୌଣସି ବିପଦ ସଙ୍କୁଳ ବୃତ୍ତି ଓ ପ୍ରକ୍ରିୟା ରେ ନିୟୋଜନ କରିବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ। ଏପରି ନିୟୋଜନ କରୁଥିବା ବ୍ୟକ୍ତି ଙ୍କୁ ୫୦୦୦୦ ଟଙ୍କା ଜୋରିମାନା ଓ କାରାଦଣ୍ଡ ଭୋଗିବାକୁ ପଡ଼ିବ। ଆଜିର ଏହି ପଦଯାତ୍ରା ସହର ର ସମସ୍ତ ଦୋକାନ, ହୋଟେଲ ତଥା କୌଣସି ସ୍ଥାନରେ ଶିଶୁ ଶ୍ରମିକ ନିୟୋଜିତ ନ କରିବା ଲକ୍ଷ୍ୟ ରେ ଏହି ଶୋଭାଯାତ୍ରା ହୋଇଥିବା ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଦିଲେଶ୍ୱର୍ ଖାଖା ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment