ଚିକିତ୍ସାରେ ଅବହେଳାରୁ ଶିଶୁ କନ୍ୟାର ମୃତ୍ୟୁ ।

ମାଲକାନଗିରି,୧୬/୦୬(ପିପିଟି) :ଗତ କାଲି ଅପରାହ୍ନ ସମୟରେ ଏକ ୫ ବର୍ଷର ଶିଶୁକନ୍ୟା ଖେଳିବା ସମୟରେ ପଡିଯାଇ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ୪.୪୫ ସମୟରେ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ବିଳମ୍ବରେ ପହଞ୍ଚିବା ଫଳରେ କନ୍ୟାଟି ମୃତ୍ୟୁ ବରଣ କରିଥିଲା। ଫଳରେ ଲୋକମାନେ ଉତ୍ତେଜିତ ହୋଇ ଭଙ୍ଗାରୁଜା କରିବା ସହିତ ଡାକ୍ତରଙ୍କୁ ମାଡ ମାରିଥିବା କୁହାଯାଉଛି।ଘଟଣାରୁ ପ୍ରକାଶ ଯେ ମାଲକାନଗିରି ସଦର ମହକୁମା ସ୍ଥିତ ଟିଣା ଗ୍ୟାରେଜ ସାହିରେ ରହୁଥିବା ଲଳିତ ପାତ୍ରଙ୍କ ୫ ବର୍ଷର ଶିଶୁକନ୍ୟା ଆରାଧ୍ୟା ଗତ କାଲି ଅପରାହ୍ନରେ ଖେଳୁ ଖେଳୁ ପଡିଯିବା ଫଳରେ ଏକ ଲୁହାଗ୍ରିଲ ସହ ମୁଣ୍ଡଟି ଧକ୍କା ହୋଇ ରକ୍ତ ସ୍ରାବ ହୋଇଥିଲା। ଫଳରେ ପରିବାର ଲୋକମାନେ ୪ ଟା ୪୫ ମିନିଟରେ ତୁରନ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଝିଅର ଅବସ୍ଥା ଭଲ ନଥିବାରୁ ଅସ୍ତ୍ରୋପଚାର ବିଶେଷଜ୍ଞ ଡାକ୍ତର ସପନ କୁମାର ଡିଣ୍ଡାକୁ ବାରମ୍ବାର ମୋବାଇଲ୍ ଯୋଗେ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ ମୋବାଇଲ ଉଠାଇ ନଥିଲେ। ସାଢେ ଦୁଇ ଘଣ୍ଟା ବିଳମ୍ବରେ ଆସି ହସ୍ପିଟାଲରେ ଆହାତ ଶିଶୁ କନ୍ୟାଟିକୁ ଦେଖି ଗୋଟିଏ ଇଞ୍ଜେକସନ ଦେଇ କହିଥିଲେ ଯେ କିଛି ହେବ ନାହିଁ ଅଧଘଣ୍ଟା ପରେ ଠିକ୍ ହୋଇ ଯିବ। ଶିଶୁ କନ୍ୟାର ବାପା ଭଲ ଭାବରେ ଦେଖିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଏହାକୁ ସପନ କୁମାର ଡିଣ୍ଡା ଗୁରୁତ୍ବ ଦେଇ ନଥିଲେ। ସେ ପ୍ରାଇଭେଟ୍ କ୍ଲିନଂ ଯିବାକୁ ବିଳମ୍ବ ହୋଇ ଯିବ ବୋଲି କହିଥିଲେ ।ଇତି ମଧ୍ୟରେ ଶିଶୁକନ୍ୟାଟି ମୃତ୍ୟୁ ବରଣ କରିଥିଲା। ଫଳରେ ଲୋକମାନେ ଉତ୍ତେଜିତ ହୋଇ ଡାକ୍ତର ସପନ କୁମାର ଡିଣ୍ଡାକୁ ମୁଥ ଓ ଚାପୁଡାର ପିଟିଥିଲେ। ସେ ତରବର ଏକ ପ୍ରକୋଷ୍ଠରେ କବାଟ କିଳି ଆତ୍ମରକ୍ଷା କରିଥିଲେ। ଉତ୍ୟକ୍ତ ଲୋକମାନେ ମେଡ଼ିକାଲର
ଜିନିଷ ପତ୍ର ଭଙ୍ଗାରୁଜା କରିଥିଲେ। ଖବର ଆଇ ମାଲକାନଗିରି ପୋଲିସ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଏବଂ ସିଡିଏମଓ ବ୍ରଜବନ୍ଧୁ ଦାଶ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ।
ମୃତ୍ୟୁ ଶିଶୁ କନ୍ୟାର ପିତା ଲଳିତ ପାତ୍ର ଡାକ୍ତର ସପନ କୁମାର ଡିଣ୍ଡାଙ୍କ ବଦଳି କରିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ତେବେ ଏସଂପର୍କରେ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ଚିକିତ୍ସାଧିକାରୀ ବ୍ରଜ ବନ୍ଧୁ ଦାଶ କହିପାରେ ଏବଂ ପୋଲିସ ଓ ଉପଜିଲ୍ଲାପାଳ ଲୋକମାନଙ୍କୁ ବୁଝାସୁଝା ପରେ ଉତ୍ତେଜନା ଶାନ୍ତ
ପଡ଼ିଥିଲା।
ଡାକ୍ତର ସପନ କୁମାର ଡିଣ୍ଡା ଜଣେ ଅସ୍ତ୍ରୋପଚାର ବିଶେଷଜ୍ଞ। ସେ ୧୯୯୭ ମସିହାରୁ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ। ଆଜକୁ ୨୮ ବର୍ଷ ହେଲା ମାଲକାନଗିରିରେ ରହିଥିଲା ବେଳେ ତାଙ୍କର ବଦଳି ହୋଇ ନାହିଁ। ସେ ମାଲକାନଗିରି ସଦର ମହକୁମାରେ ଏକ ପ୍ରାଇଭେଟ୍ ନିଉ କିରଣ ଡାଏଗ୍ନୋଷ୍ଠିକ୍ ଅଲଟ୍ରାସାଉଣ୍ଡ ଏଣ୍ଡ ଏଣ୍ଡୋସ୍କୋପି କ୍ଲିନିକ୍ ଖୋଲି ଗର୍ଭବତୀ ମହିଳାମାନଙ୍କୁ ଅଲଟ୍ରାସାଉଣ୍ଡ କରି ଖୁବ୍ ଅର୍ଥ ରୋଜଗାର କରୁଥିବା ବେଳେ ସରକାରୀ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଗର୍ଭବତୀଙ୍କୁ ସର୍ଜରୀ କରି ସନ୍ତାନ ପ୍ରସବ କରି ୭ରୁ ୧୦ ହଜାର
ଟଙ୍କା ଲାଞ୍ଚ ବାବଦକୁ ନେଇଥାନ୍ତି। ସରକାରୀ ହସ୍ପିଟାଲରେ ଚାକିରି କରୁଥିଲେ ମଧ୍ୟ ମାଗଣା ଚିିିକିତ୍ସା ପ୍ରାୟ ନାହିଁ ବୋଲି ଅଭିଯୋଗ ହେଉଛି। ଏଣୁ ଠିକ୍ ସମୟରେ ଏହି କନ୍ଯା ସନ୍ତାନକୁ ଦେଖିଥିଲେ ହୁଏ ତ ବଞ୍ଚିବା ସମ୍ଭାବନା ରହିଥାନ୍ତା । ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲା ହସପିଟାଲରେ ସିଟିସ୍କାନ ମେସିନ୍ ଥାଇ ମଧ୍ୟ ଜଣେ ହେଡ୍ ଇନଜୁରୀ ଛୁଆକୁ ବ୍ଲାଇଣ୍ଡିଲ୍
ଚିକିତ୍ସା କରିବା କେତେ ଦୂର ଯଥାର୍ଥ ବୋଲି ଅଭିଯୋଗ ହୋଇଛି। ଡାକ୍ତର ମାନେ ସରକାରୀ ଚିକିତ୍ସାଳୟରେ ଚାକିରି କରି ମାସିକ ୨ ଲକ୍ଷ ଦରମା ପାଉଥିଲା ବେଳେ ମାଗଣାରେ ଚିକିତ୍ସା କରିନଥିବା ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଏମାନଙ୍କୁ ବଦଳିନି ହେବା ଦୁର୍ଭାଗ୍ୟଜନକ କଥା। ସେହି ପରି ତାଙ୍କ ସ୍ତ୍ରୀ ଡାକ୍ତର ଅନୁପମା ମାହାନା ମାଲକାନଗିରି ଜିଲ୍ଲାରେ ୨୮ ବର୍ଷ, ମେଡିସିନ ସ୍ପେଷାଲିଷ୍ଟ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର ୨୯ ବର୍ଷ, ଗାଇନିକ୍ ସ୍ପେଷାଲିଷ୍ଟ ଡାକ୍ତର ସୁରମା କୁମାରୀ ବେହେରା ୧୭ ବର୍ଷ, ମେଡିସିନ ସ୍ପେଷାଲିଷ୍ଟ ଡାକ୍ତର ପ୍ରଫୁଲ୍ଲ ବେହେରା ୨୧ ବର୍ଷ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସନ୍ତୋଷ ମିଶ୍ର ୧୩ ବର୍ଷ ରହି ଥିଲେ ମଧ୍ୟ ବଦଳି ନହେବା ସରକାରୀଙ୍କ ନପୁଂସକ ପଣିଆକୁ ପଦାରେ ପକାଇଛି। ସଂପୃକ୍ତ ସରକାରୀ ଡାକ୍ତରଖାନା ପ୍ରାୟ ସରକାରୀ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟକୁ ନଯାଇ ନିଜର କ୍ଲିନିକ୍ ଓ ଘରୋଇ ମେଡିସିନ ଦୋକାନରେ ବସି ଔଷଧ ଚିଠା ଲେଖି ଦୈନିକ ଲକ୍ଷାଧିକ ଟଙ୍କା ରୋଜଗାର କରି ରୋଗୀମାନଙ୍କୁ ଶୋଷଣ କରିଥାନ୍ତି। ଔଷଧ ଚିଠା ଲେଖିବା ପାଇଁ ୨୦୦ ରୁ ୫୦୦ ଟଙ୍କା, ରୋଗ ନିଦାନ ପରୀକ୍ଷା ଲାଗି ୩ ହଜାର ରୁ ୫ ହଜାର, ନିର୍ଦ୍ଧିଷ୍ଟ ଦୋକାନୀରୁ ଔଷଧ କ୍ରୟ କରିବା ଲାଗି ବାଧ୍ଯ କରିବା, ଔଷଧ ଦୋକାନଗୁଡିକ ପିସ୍ ନେବା । ପ୍ରସବ ପାଇଁ ମିଠାଇ ନାଁରେ ୫ର ୧୦ ହଜାର ଟଙ୍କା ଦାବି କରିବା ଅନ୍ତର୍ଭୁକ୍ତ ରହିଛି। ବିଜେପି ମାଲକାନଗିରି ଜିଲ୍ଲାରେ ବିକାଶ ମେଳା କରି ନିଜ ସରକାରୀ ଙ୍କ ସୁଗୁଣ ଗାନ କରୁଥିବା ବେଳେ ମାଲକାନଗିରି ଜିଲ୍ଲା ସଦରମହକୁମାର ଚିକିତ୍ସା ବ୍ୟବସ୍ଥା ଅତି ଦୟନୀୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଣୁ ବର୍ତ୍ତମାନର ସରକାର ଏଥି ପାଇଁ ଚିନ୍ତା କରିବାର ସମୟ ଆସିଛି। ନତୁବା ସରକାରୀ ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ମିଳିବା କଷ୍ଟକର ବ୍ୟାପାର।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ , ମାଲକାନଗିରି)

Comments (0)
Add Comment