କୋଦଳା,୧୩/୦୬(ପିପିଟି): ଗୁରୁବାର ବିଳମ୍ବିତ ରାତ୍ର ରେ କୋଦଳା ଏନଏସି ୧ ନମ୍ବର ୱାର୍ଡ ବି. ନୂଆପଲୀ ଗ୍ରାମର ଠାକୁରାଣୀ ମନ୍ଦିର ହୁଣ୍ଡୀ ଭାଙ୍ଗି ମହଜୁଦ ଥିବା ଦକ୍ଷିଣା ଟଙ୍କା କୁ କେଉଁ ଦୁର୍ବୁର୍ତ୍ତ ନେଇଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଗତ ମାସରେ ବି. ନୂଆପଲୀ ଗ୍ରାମରେ ଯଜ୍ଞ ହୋଇ ପୁନଃରୁଦ୍ଧାର ହୋଇଥିବା ମା ଠାକୁରାଣୀଙ୍କ ନୂତନ ମନ୍ଦିର ରେ ସବୁଦିନ ପରି ମା’ ଙ୍କ ରୀତିନୀତି ସାରି ମନ୍ଦିର ଚାବି ପକାଯାଇଥୁବା ବେଳେ, ବିଳମ୍ବିତ ରାତ୍ରରେ ମନ୍ଦିର ର ହୁଣ୍ଡୀ ଭାଙ୍ଗି ସେଥିରେ ଥିବା ଟଙ୍କା ନେଇଯିବା ସହିତ ମନ୍ଦିର ର ମୁଖ୍ୟ ଦ୍ୱାର ଚାବି ଭାଙ୍ଗିବା ସହିତ ଷ୍ଟୋର ରୁମ ମଧ୍ୟ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ଚୋରି ଘଟଣା ଘଟାଉ ଥିବା ସମୟରେ ଗ୍ରାମର ଜଣେ ଯୁବକ ଶୌଚ ପାଇଁ ଆସିଥିବା ବେଳେ,ଦୁର୍ବୁର୍ତ୍ତ ନିକଟକୁ ଭୟରେ ଯାଇନପାରି ଗ୍ରାମ ଭିତରକୁ ଯାଇ କିଛି ଯୁବକଙ୍କୁ ଧରି ଆସିବା ବେଳେ ଚୋର ଗାୟବ ହୋଇଯାଇଥିଲା । ସଙ୍ଗେ ସଙ୍ଗେ ଗ୍ରାମବାସୀ କୋଦଳା ଥାନାରେ ଜଣାଇବା ପରେ ପୋଲିସ ସିସି ଟିଭି ଆଧାର ରେ ତଦନ୍ତ ଚଳାଇଛି । ଏନ୍ଏସି ଠାରୁ ଗ୍ରାମଟି ଦୂରରେ ଥିବାରୁ ପୋଲିସ ପେଟ୍ରୋଲିଙ୍ଗ କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)