ପୋଲସରାରେ ବିଶାଳ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା।

ପୋଲସରା୨୫/୦୫ (ପିପିଟି) : ଅପରେସନ ସିନ୍ଦୁରର ସଫଳତା ନେଇ ପୋଲସରା ବିଜେପି ଆନୁକୁଲ୍ୟରେ ପୋଲସରା ଠାରେ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆସିକା ଲୋକସଭା ସାଂସଦ ଅନିତା ଶୁଭଦର୍ଶୀନୀ ପଟ୍ଟନାୟକ ଏଵଂ ଘୁମୁସର ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଦେଶାତ୍ମବୋଧ ସଂଗୀତ ମାଧ୍ୟମରେ ଶୋଭାଯାତ୍ରାଟି ବ୍ଲକ୍ କାର୍ଯ୍ୟାଳୟରୁ ବାହାରି ସହରର ମୁଖ୍ୟ ସଡ଼କ ଦେଇ ରାଣିପଡା ସ୍ଥିତ ଏନଏସି କଲ୍ୟାଣମଣ୍ଡପ ଠାରେ ପହଞ୍ଚିଥିଲା। ସେଠାରେ ଏକ ସଭାର ଆୟୋଜନ କରାଯାଇ ମନ୍ତ୍ରୀ ଓ ସାଂସଦ ଭାରତୀୟ ସେନାର ଅପରେସନ ସିନ୍ଦୁରର ସଫଳତା ଏଵଂ ଗାଥାକୁ ନେଇ ଉଦବୋଧନ ଦେଇଥିଲେ। ଏଥିରେ ଦଳୀୟ ମଣ୍ଡଳ ସଭାପତି, କର୍ମକର୍ତ୍ତା, ସଂଗଠକ, ସମର୍ଥକଙ୍କ ସମେତ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ପାଚିକା,ମହିଳା ସ୍ୱୟଂସହାୟିକା ଗୋଷ୍ଠୀ, ସ୍ଵେଚ୍ଛାସେବୀ, ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟର ଏନସିସି ଓ ଛାତ୍ରୀ ଏଵଂ ମହିଳା କଲେଜର ଛାତ୍ରୀମାନଙ୍କ ସମେତ ପାଞ୍ଚ ହଜାରରୁ ଉର୍ଦ୍ଧ ସାଧାରଣ ଜନତା ହାତରେ ତ୍ରିରଙ୍ଗା ଏଵଂ ବ୍ୟାନର୍ ଧରି ଭାରତମାତାକି ଜୟ, ଭାରତୀୟ ସୈନିକ ଜିନ୍ଦାବାଦ୍, ଅପରେସନ ସିନ୍ଦୁର ଜିନ୍ଦାବାଦ୍, ସ୍ଲୋଗାନ ଦେଇ ପରିକ୍ରମା କରିବାର ଦେଖିବାକୁ ମିଳିଥିଲା । ଶେଷରେ ଦଳ ତରଫରୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment