ଅଗ୍ନିକାଣ୍ଡରେ ସାତଦିନ ବିତିଯାଇଥିଲେ ମଧ୍ୟ କୌଣସି ସହାୟତା ପାଇନାହାନ୍ତି ମାନସ।

ବୋଲଗଡ,୧୯/୦୫(ପିପିଟି) ବୋଲଗଡ ବ୍ଲକ ଅନ୍ତର୍ଗତ କଳାଙ୍ଗ ପଞ୍ଚାୟତ ଗୋବର୍ଦ୍ଧନପୁର ଗ୍ରାମର ଚାଷୀ ମାନସ କୁମାର ମନ୍ତ୍ରୀ(୩୮)ଙ୍କର ଗତ ସପ୍ତାହରେ ୧୩ତାରିଖ ଦିନ ସକାଳ ୮ ଟା ସମୟରେ ସର୍ଟ ସର୍କେଟ ଯୋଗୁଁ ରହିବା ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଛି । ଘରେ ଥିବା ବର୍ଷ ଯାକର ସମସ୍ତ ଖାଦ୍ୟ ଶସ୍ୟ ଯଥା ଧାନ, ଚାଉଳ, ମୁଗ,ବିରି ସହିତ କିଛି ରୋଜଗାର ଅର୍ଥ, ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇ ଥିଲା। ମୁଣ୍ଡ ଝାଳ ତୁଣ୍ଡରେ ମାରି ପାଣି କାଦୁଅ ରେ ଘାଣ୍ଟି ହୋଇ ପୁଣି ସ୍ୱଳ୍ପ ବୃଷ୍ଟି ଓ ବାତ୍ୟା ବିତ୍ପlତ୍ ସହ ଲଢେ଼ଇ କରି କୃଷି ଋଣ ସହାୟତାରେ ପରିବାର ମୁହଁରେ ବର୍ଷକର ଆହାର ଦେବାକୁ ଉପୂଯାଇ ସାଇତିକି ରଖିଥିବା ସମସ୍ତେ ପଦାର୍ଥ ହୁତାଶନ ହୋଇଯାଇଥିବାର ଦେଖି ମାନସଙ୍କ ପତ୍ନୀ ନର୍ମଦା ମନ୍ତ୍ରୀ (୨୭) ହତାଶ ହୋଇପଡ଼ିଥିଲେ । ଗାଁ ଲୋକ ବୋଲଗଡ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇ ଥିଲେ । ନର୍ମଦାଙ୍କ ସ୍ୱାମୀ ଘରେ ନଥିଲେ,ପରିବାର ପ୍ରତିପୋଷଣ କରିବା ପାଇଁ ବାହାରକୁ କାମ କରିବା ପାଇଁ ଯାଇଥିଲେ ମାନସ । ଖବର ପାଇ ମାନସ ତା ‘ପର ଦିନ ଘରକୁ ଆସିଥିଲେ । ମାନସ ମାଣିକାଗୋଡ଼ା ରାଜସ୍ବ ନିରୀକ୍ଷକଙ୍କ ନିକଟକୁ ଯାଇ ଅଗ୍ନିକାଣ୍ଡ ସମ୍ପର୍କରେ ଜଣାଇଥିଲେ । ରାଜସ୍ବ ଅଧିକାରୀ ତଦନ୍ତ କରି ଜରି ପଲିଥିନ ଖଣ୍ଡେ ଦେଇଥିଲେ । ବୋଲଗଡ ତହସିଲଦାରଙ୍କୁ ମାନସ ଭେଟି ଅଗ୍ନିଶମ ବାହିନୀ ଦେଇଥିବା ଅଗ୍ନିକାଣ୍ଡ ରିପୋର୍ଟ କୁ ବୋଲଗଡ ତହସିଲଦାରଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି କିଯେ ଗରିବ ଖଟିଖିଆ ମାନସ ଏନେଇ ସହାୟତା ପାଇଁ ଆକୁଳ ନିବେଦନ କରିଥିଲେ ମଧ୍ୟ କୌଣସି ସରକାରୀ ବାବୁ ତାଙ୍କ ପାଖରେ ପହଞ୍ଚି ନଥିବା ବେଳେ ଚାଷୀଙ୍କ ତଥା ଖଟିଖିଆ ଦିନ ମଜୁରିଆ ଦୁଃଖକୁ ହୃଦୟଙ୍ଗମ କରି ସମବେଦନା ଜଣାଇବାକୁ ପହଞ୍ଚିଥଲେ ଯୁବ ସମାଜସେବୀ ତଥା ଯୁବ ନେତା ପ୍ରଶାନ୍ତ କୁମାର ହୋତା । ସମାଜସେବୀ ଶ୍ରୀ ହୋତା ଆଶ୍ଵାସନା ଦେଇ ମାନସଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଖୁବ୍ ଶୀଘ୍ର ସରକାରଙ୍କ ତରଫରୁ ସହାୟତା ମିଳିବ ବୋଲି କହିଛନ୍ତି । ଏପର୍ଯ୍ୟନ୍ତ ଘଟଣା କୁ ସାତ ଦିନ ବିତିଯାଇଥିଲେ ମଧ୍ୟ୍ ବୋଲଗଡ ତହସିଲଦାର କାହିଁକି ରେଡ କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରିବା ସହିତ ୩ଦିନ ପାଇଁ ଶୁଖିଲା ଖାଦ୍ୟ ପ୍ରଦାନ କରିବା କଥା କାହିଁକି ଏପର୍ଯ୍ୟନ୍ତ ମିଳିପାରିନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତିଶ୍ରୀ ହୋତା । ଅପର ପକ୍ଷେ ସ୍ଥାନୀୟ ସରପଞ୍ଚ ଙ୍କୁ ଭେଟି ମାନସ ଓ ତାଙ୍କ ପତ୍ନୀ ନର୍ମଦା ଆକୁଳ ନିବେଦନ କରିଥିଲେ ବି ପଞ୍ଚାୟତ ର ସରପଞ୍ଚଙ୍କ ପକ୍ଷରୁ ମଧ୍ୟ୍ କୌଣସି ସାହାର୍ଯ୍ୟ ମିଳିପାରି ନାହିଁ ବୋଲି କହିଛନ୍ତି ମାନସ । ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ବୋଲଗଡ ତହସିଲଦାର ବିଜୟ କୁମାର ସେଠୀ, ବୋଲଗଡ ବିଡ଼ିଓ ସୁମନ ସୁଧା କୁଣ୍ଡୁ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଏଥିପ୍ରତି ଦୃଷ୍ଟି ଦେଇ ଗରିବ ଦିନମଜୁରିଆ ମାନସ ପାଇଁ ରହିବାପାଇଁ ଏକ ବାସଗୃହ ଏବଂ ଜୀବନ ବଞ୍ଚିବା ପାଇଁ କିଛି ଆର୍ଥିକ ସହାୟତା ପ୍ରଦାନ କରିବାକୁ ବୋଲଗଡ ଅଞ୍ଚଳ ବାସୀ ଏବଂ ଯୁବ ସମାଜସେବୀ ପ୍ରଶାନ୍ତ କୁମାର ହୋତା ନିବେଦନ କରିଛନ୍ତି ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ

Comments (0)
Add Comment