ଗ୍ରୁପ ମହିଳାଙ୍କ ଅଜାଣତରେ ବିଭିନ୍ନ ବ୍ୟାଙ୍କରୁ ଲୋନ୍ କରି ୫୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଲେ ମହିଳା ।

ପୋଲସରା ,୧୭/୦୫(ପିପିଟି) :ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଫାଣ୍ଡି ଅଧିନରେ ଥିବା ଧୋୟାକଣା ଗ୍ରାମରେ । ଯେଉଁଠି ଝିଲି ଦାସ ଭଳି ଜଣେ ମହିଳା ସେହି ଗ୍ରାମର ମହିଳାଙ୍କ ନାମରେ ବିଭିନ୍ନ ବ୍ୟାଙ୍କରୁ ଲୋନ୍ କରି ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇ କେଉଁ ଆଡେ ଫେରାର୍ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଶନିବାର ବାଲିଛାଇ ଫାଣ୍ଡିରେ ଆଜି ଶନିବାର ଦିନ ୧ ଘଣ୍ଟା ସମୟରେ ଲିଖିତ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ସମସ୍ତ ମହିଳା । ଏନେଇ ବାଲିଛାଇ ଫାଣ୍ଡି ଅଧିକାରୀ ଉକ୍ତ ଘଟଣାକୁ ଅତି ଗୁରୁତ୍ବର ସହ ନେଇ ତଦନ୍ତ ପ୍ରକ୍ରିୟା ଜୋରଦାର କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ପଟେ ଠକାମୀର ଶିକାର ହୋଇଥିବା ମହିଳା ମାନଙ୍କ କହିବା ପ୍ରକାରେ ଧୋୟାକଣା ଗ୍ରାମର ଅବିବାହିତା ମହିଳା ଝିଲି ଦାସ ବହୁ ପୂର୍ବରୁ ପ୍ରତ୍ୟେକ ଗ୍ରାମରେ ମହିଳା ମାନଙ୍କୁ ନେଇ ଗ୍ରୁପ୍ କରିବା ସହ ବିଭିନ୍ନ ବ୍ୟାଙ୍କରୁ ଲୋନ୍ ଆଣି ମହିଳା ଙ୍କ ପ୍ରତି ଆସ୍ଥା ବିଶ୍ୱାସ ଭାଜନ ହୋଇଥିଲେ । ବିଭିନ୍ନ ବ୍ୟାଙ୍କରୁ ଋଣ ଆଦାନପ୍ରଦାନ ସମୟରେ ଆବଶ୍ୟକତା ପଡୁଥିବା ସମସ୍ତ କାଗଜପତ୍ର ଏହି ମହିଳା ମାନଙ୍କ ଠାରୁ ଚଞ୍ଚକତା କରି ଝିଲି ଦାସ ଆଣୁଥିଲେ । ଯାହା ପ୍ରାଇଭେଟ୍ ବ୍ୟାଙ୍କ ଦ୍ବାରା ପ୍ରଚଳିତ ସମସ୍ତ ଲୋନ୍ ସମ୍ବନ୍ଧୀୟ ଦସ୍ତାବିଜ ଏହି ଗ୍ରୁଫ୍ ମହିଳାଙ୍କ ବିନା ଅଜାଣତରେ ସମସ୍ତ ଦସ୍ତାବିଜ ଆଣି ଲୋନ୍ କରିବାରେ ସହାୟକ ହେଉଥିଲେ । ଏପରିକି ପ୍ରତ୍ୟେକ ମହିଳାଙ୍କ ଲୋନ୍ ଆଫ୍ରୁଭ୍ ସୁନିଶ୍ଚିତ କରିବା ପାଇଁ ଚଞ୍ଚକତା କରି ମିଛସତ କହି ସମସ୍ତ ମହିଳାଙ୍କ ଠାରୁ କାଗଜ କଲମରେ ଦସ୍ତଖତ କରି ନେଉଥିଲେ । ଯାହା ପରବର୍ତ୍ତୀ ସମୟରେ ଏପରି ଗ୍ରୁପ୍ ମାନଙ୍କୁ ନେଇ ବିଭିନ୍ନ ବ୍ୟାଙ୍କ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୋନ୍ କରି ଟଙ୍କା ଧରି ଫେରାର୍ ହୋଇ ଯାଇଛି ଝିଲି ଦାସ । ଏପରିକି ଧୋୟାକଣା ଗ୍ରାମରେ ଥିବା ଝିଲି ନିଜ ଘରକୁ ମଧ୍ୟ ଗ୍ରାମର କିଛି ସହଯୋଗୀଙ୍କ ସହଯୋଗରେ ବିକ୍ରୀ କରିବାର ମସୁଧା କରୁଛି । ଯାହାକୁ ନେଇ ଠକାମୀର ଶିକାର ହୋଇଥିବା ସମସ୍ତ ମହିଳା ପରିବାର ଏକତ୍ରିତ ହୋଇ ପୋଲସରା ତହସିଲଦାର ଙ୍କୁ ଦେଖା ସାକ୍ଷାତ କରି ଉକ୍ତ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ଏସବୁ ପରେ ଗ୍ରୁଫ୍ ମହିଳାଙ୍କ ଅଜାଣତରେ ହୋଇଥିବା ବ୍ୟାଙ୍କ ଲୋନ୍ କୁ ନେଇ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ଏହି ମହିଳା ଗ୍ରୁଫ୍ ଙ୍କୁ ଲୋନ୍ ଟଙ୍କା ପରିଶୋଧ କରିବା ପାଇଁ ବାଧ୍ୟ କରୁଛନ୍ତି । ଯାହାକୁ ନେଇ ଠକାମୀର ଶିକାର ହୋଇଥିବା ମହିଳା ମାନେ ବ୍ୟାଙ୍କ ଅଧିକାରୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ବାଲିଛାଇ ଫାଣ୍ଡି ସମ୍ମୁଖରେ ଛିଡ଼ା ହୋଇ ମୁଖ୍ୟ କାରପେର୍ଟଦାର ଝିଲି ଦାସର ଫୋଟକୁ ଧରି ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment