ଜଙ୍ଗଲରେ ଯୁବତୀକୁ ହତ୍ୟାକାରିଥିବା ଅଭିଯୁକ୍ତ ଗିରଫ ।

ମାଲକାନଗିରି,୨୦/୦୪(ପିପିଟି) :ମାଲକାନଗିରି ଥାନା ଅନ୍ତର୍ଗତ ରେଙ୍ଗାବନ୍ଧ ଗ୍ରାମ ଜଙ୍ଗଲ ନିକଟରେ ଏକ ସପ୍ତାହ ତଳେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ରେଙ୍ଗାବନ୍ଧ ଗ୍ରାମ ନିକଟରେ ଥିବା ଜଙ୍ଗଲ ମଧ୍ୟରେ ପଡି ରହିଥିବା ଘଟଣା ପୋଲିସ ମହଲରେ ଆଲୋଡନ ସୃଷ୍ଟି କରିଥିବା ବେଳେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ତତ୍ତ୍ୱାବଧାନରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।
ଘଟଣାସ୍ଥଳରୁ କିଛି ପୋଷାକ, ଚପଲ ଜବତ ହୋଇଥିବା ବେଳେ ମର ଶରୀରଟି ପଚି ନଷ୍ଟ ହୋଇଯାଉଥିଲା । ଫଳରେ ପରିଚୟ ଚିହ୍ନଟ କରିବା ବିଳମ୍ବ ହୋଇଥିଲା। ଏନେଇ ପୋଲିସ ପକ୍ଷରୁ ମାଲକାନଗିରି ଥାନା କେସ ନମ୍ବର ୨୧/୧୨.୪.୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରଖାଯାଇଥିଲା। ତଦନ୍ତ ଅଧିକାରୀ ଭାବେ ଏସଆଇ କୃତ୍ତି ବାସ ବେହେରାଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ଆଜି ମାଲକାନଗିରି ପୋଲିସ ସେହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି।ମାଲକାନଗିରି ପୋଲିସ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ଛତିଶଗଡ଼ ରାଜ୍ୟ ସିନ୍ଧଗଡ଼ ପୋଲିସ ଷ୍ଟେସନ ଅନ୍ତର୍ଗତ ପାଣ୍ଡୁମ ଗ୍ରାମର (୨୦) ବର୍ଷୀୟ ଯୁବକ ଉମେଶ ନାଗଙ୍କ ସହିତ ସୁକୁମା ଥାନା ଅନ୍ତର୍ଗତ ମୁର୍ତ୍ତୁଣ୍ଡା ଗ୍ରାମର ଯୁବତୀ ମଙ୍ଗଳ ଦେଇ ନାଗ ( ୨୫) ବର୍ଷ ଙ୍କ ସହ ୧ ବର୍ଷ ହେଲା ପ୍ରେମ ସଂପର୍କ ଗଢିଉଠିଥିଲା। ଦହୈକ ସଂପର୍କ ହେତୁ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ ।
ଗତ ୨୦.୦୩.୨୦୨୫ ତାରିଖରେ ଯୁବକ ଜଣକ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଯୁବତୀର ଅଲଟ୍ରାସାଉଣ୍ଡ କରିଥିଲେ। ତେବେ ଗର୍ଭ ନଷ୍ଟ କରିବା ଡାକ୍ତରଙ୍କୁ କହିବା ପ୍
ରେ ଡାକ୍ତର ବାରଣ କରିଥିଲେ। ଫଳରେ ଉକ୍ତ ଯୁବତୀଙ୍କୁ ମାଲକାନଗିରି ସୀମାନ୍ତ ଚାଲାଣ ଗୁଡା ଗାଁ ନିକଟସ୍ଥ ରେଙ୍ଗାବନ୍ଧ ଜଙ୍ଗଲରେ ହତ୍ୟା କରି ଫୋପାଡି ଦେଇଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିବା ବେଳେ ଆଜି ମାଲକାନଗିରି
ପୋଲିସ ଅଭିଯୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment