ମୂଲ୍ୟବାନ କାଠ ପଟା ଜବତ, ଆସାମୀ ଫେରାର ।

ମାଲକାନଗିରି,୨୪/୦୫(ପିପିଟି) :ଆଜି ମାଲକାନଗିରି ବନ୍ୟାଞ୍ଚଳ କର୍ମଚାରୀମାନେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏମଭି-୨୩ ଗ୍ରାମର ଜନୈକ ଘରେ ଚଢାଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ଶାଗୁଆନ ଓ ପିଆଶାଳ କାଠ ଜବତ କରାଯାଥିବା ଜଣାପଡିଛି ।
ସୂଚନାରୁ ଜଣାପଡିଛି, ଏମଭି- ୨୩ ଗ୍ରାମର ଶ୍ରୀବାସ ବେପାରୀ ଦୀର୍ଘ ଦିନ ହେଲା ମୂଲ୍ୟବାନ କାଠ ଜଙ୍ଗଲରୁ ସଂଗ୍ରହ କରି ପଲଙ୍କ ଓ ଅନ୍ୟାନ୍ୟ ଆସବାବପତ୍ର ନିର୍ମାଣ କରି ବେଆଇନ ଭାବେ ବିକ୍ରୀକରି ଆସୁଥିଲା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ
ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନ୍ୟାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ତତ୍ତ୍ୱାବଧାନରେ ଆଜି ତାଙ୍କ ଘରେ ଚଢାଉ କରାଯାଇଥିଲା।
ତାଙ୍କ ଘରୁ ୪୬ ଖଣ୍ଡ ଶାଗୁଆନ ପଟା,୧୪ ଖଣ୍ଡ ପିଆଶାଳ ସାଇଜ ଓ ୨ ଟି ଅର୍ଦ୍ଧ ନିର୍ମିତ ଖଟ ଜବତ କରାଯାଇଥିଲା। ଏହା ବ୍ୟତିତ କାଠ କାର୍ଯ୍ଯରେ ବ୍ଯବହୃତ ସରଞ୍ଜାମ ଗୁଡ଼ିକ ମଧ୍ୟ ଜବତ କରି ମାଲକାନଗିରି ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଛି। ଏହି ଚଢାଉ ସମୟରେ ଆସାମୀ ଘଟଣା ସ୍ଥଳରୁ କୌଶଳ କ୍ରମରେ ଫେରାର ହୋଇଯାଇଛି। ତେବେ ଆସାମୀ ଙ୍କୁ ନାମରେ ମାମଲା ରୁଜୁ କରାଯିବ ବୋଲି ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ ପ୍ରକାଶ କରିଛନ୍ତି। ଏହି ଚଢାଉ ବେଳେ ବନକର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment