ତରଭା ବ୍ଲକ ରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ମହୋତ୍ସବ ପାଳିତ ।

ତରଭା ବ୍ଲକ ରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ମହୋତ୍ସବ ପାଳିତ ।

ସୁବର୍ଣ୍ଣପୁର ,୨୧/୦୩(ପିପିଟି):ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ସୁବର୍ଣ୍ଣପୁର ପକ୍ଷରୁ ତରଭା ବ୍ଳକ୍ ର ବଘିଆ ଗ୍ରାମ ପଞ୍ଚାୟତ ର ସରଧା ପାଲି ଓ ଚାରଭଟା ପଞ୍ଚାୟତ ର କୁଲଥିଆ ପଦର ଗ୍ରାମ ରେ ଜଳ ବିଭାଜିକା ମହୋତ୍ସବ ୨୦୨୫ ପାଳିତ ହୋଇଯାଇଛି । ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦେବରାଜ ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଶକୁନ୍ତଳା ପୃଷ୍ଟୀ, ବଲାଙ୍ଗିର ଲୋକ ସଭା ସାଂସଦ ପ୍ରତିନିଧି ନରେଶ ଷlଣ୍ଢ, କମସରା ସରପଞ୍ଚ, ପ୍ରୟାସ ଅନୁଷ୍ଠାନ ର ସଂପାଦକ ତଥା ସ୍ବେଛାସେବୀ ଭବାନୀ ପଣ୍ଡା ଯୋଗ ଦେଇଥିଲେ । ସାମ୍ୱାଦିକ ମାନ ଭଞ୍ଜନ ମିଶ୍ର ପ୍ରଥମେ ସମସ୍ତ ଅତିଥି ଓ ଜଳ ବିଭାଜିକା ମୃତ୍ତିକା ସଂରକ୍ଷଣ ରେ ଭାଗ ନେଇଥିବା ଉପସ୍ଥିତ ଚାଷୀ ଙ୍କୁ ଶପଥ ପାଠ କରାଇଥିଲେ । ଜଳ ବିଭାଜିକା ଅଞ୍ଚଳ ରେ ଜନ ସାଧାରଣ ଙ୍କ ମାଧ୍ୟମ ରେ କିଭଳି ପ୍ରାକୃତିକ ସମ୍ପଦ ର ସଂରକ୍ଷଣ ହୋଇ ପାରିବ ସେ ବିଷୟ ରେ ବିସ୍ତାର ଭାବରେ ବୁଝାଇ ଥିଲେ । ସମସ୍ତ ଅତିଥି ଙ୍କ ଦ୍ବାରା କ୍ଷେତ ପଖୋରୀ ଖନନ ପାଇଁ ଭୂମି ପୂଜନ, ନୂତନ ପ୍ରକଳ୍ପ ର ଲୋକାର୍ପଣ , ବୃକ୍ଷ ରୋପଣ କରାଯାଇଛି । ଭାରତ ସରକାର ଙ୍କ ସଚେତନତା ରଥ ରେ ସିନେମା ପ୍ରଦର୍ଶନ କରଯାଇଥିଲା । ଉଭୟ ଗ୍ରାମ ର ୧୮ ଜଣ ଜଳ ବିଭାଜିକା ମାର୍ଗ ଦର୍ଶକ ଙ୍କୁ ଓ ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି । କାର୍ଯ୍ଯ କ୍ରମ ପରେ ତୁଷୁରା ର ଘୁଡୁକା ନାଚ ଓ ତରଭା କଳାକାର ମାନଙ୍କ ଦ୍ଵାରା ଡାଲଖାଇ ନାଚ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା । ଶେଷରେ ଏ ଇ ସି ପବିତ୍ର ମୋହନ ନେଗି ଧନ୍ୟବାଦ୍ ଅର୍ପଣ କରିଥିଲେ । ଦିଲ୍ଲୀପ କୁମାର ସାଆ, ବିନାୟକ ମିଶ୍ର, ସଞ୍ଜୀବ ପଣ୍ଡା, ଆଲବର୍ଟ ସୁରିଜ, ଓ ସହକାରୀ ପ୍ରକଳ୍ପ ନିର୍ଦେଶକ ମୌସୁମୀ ମହନ୍ତ କାର୍ଯ୍ଯ କ୍ରମ ଅୟୋଜନ ରେ ସହଯୋଗ କରିଥିଲେ । ଉଭୟ ଗ୍ରାମ ମହୋତ୍ସବ ରେ ହଜାର ହଜାର ଚାଷୀ ସ୍ଵୟଂ ସହାୟିକା ଗୋଷ୍ଠୀ ଯୋଗ ଦେଇ ଜଳ ଓ ମୃତ୍ତିକା ସଂରକ୍ଷଣ ପାଇଁ ଶପଥ ପାଠ ରେ ଭାଗ ନେଇଥିଲେ ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment