ପୋଲସରା ଏନଏସିରେ ୬୦ ଲିଟର ଚୋର ମଦ ଜବତ, ଦୁଇ ଜଣ ଗିରଫ।

ପୋଲସରା, ୧୫/୦୩(ପିପିଟି) : ଗଞ୍ଜାମ ଜିଲ୍ଲାର ପୋଲସରା ଏନଏସିରେ ପୋଲସରା ପୋଲିସ ମାର୍ଚ୍ଚ ୧୫ ତାରିଖ ଦିନ ଚଢ଼ାଉ କରି ୬୦ ଲିଟର ଚୋରା ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ନାରାୟଣ ପ୍ରଧାନ ଓ ଉତ୍ତମ କୁମାର ଗୌଡ଼। ପୋଲସରା ପୋଲିସ ଥାନା କେଶ ନଂ ୧୮୧/୨୫ ଓ କେଶ ନଂ ୧୮୨/୨୫ ପ୍ରକାରେ ଦୁଇଟି ମାମଲା ରୁଜ୍ଜୁ କରି ଅଭିଯୁକ୍ତ ନାରାୟଣ ପ୍ରଧାନ ଓ ଉତ୍ତମ କୁମାର ଗୌଡ଼ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment