କୋଦଳା,୧୬/୦୨(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ସତସଙ୍ଗ ବିହାର ପରିସରରେ ରବିବାର ଦିନ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜନ୍ମ ମହୋତ୍ସବ ତଥା ସୁମଣ୍ଡଳ ସତସଙ୍ଗ ବିହାରର ଉଦବୋଧନ ମହୋତ୍ସବ ଓ ପରମ ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କ ୯ମ ବାର୍ଷିକୀ ଶୁଭ ଆଗମନି ସ୍ମୃତି ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାତଃ ବିନତି ପ୍ରାର୍ଥନା,ଉଷା କୀର୍ତ୍ତନ,ନଗର କୀର୍ତ୍ତନ,ଗ୍ରନ୍ଥ ପାଠ, ଭଜନ,କୀର୍ତ୍ତନ,ସାଂସ୍କୃତିକ କାର୍ଯ୍ୟକ୍ରମ ସତସଙ୍ଗ ସଦାଆଲୋଚନା,ମାତୃ ସମ୍ମିଳନୀ ଆଦି କାର୍ଯ୍ୟକ୍ରମ ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ନୀତି ଆଦର୍ଶ ଏବଂ ଭାବାଦର୍ଶ ବିଷୟରେ ଆଲୋଚନା ହୋଇଥିଲା। ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦସେବନର ଆୟୋଜନ ହୋଇଥିଲା । ଏଥିରେ ଶତାଧିକ ଗୁରୁଭାଇ ଓ ମା ମାନେ ଯୋଗଦେଇଥିଲେ। ଶ୍ରୀ ଶ୍ରୀ ଠାକୁରଙ୍କ ରିତିକ୍ ବିନୟ କୁମାର ବିଶ୍ଵାଳ ଆଲୋଚନା କରିଥିବା ବେଳେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଅତିଥି ଭାବେ ଯୋଗଦେଇ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)