ବଡ଼ପଙ୍କଳବାଡ଼ି କ୍ଲଷ୍ଟର୍ ସ୍ତରୀୟ ନିପୁଣ ଓଡ଼ିଶା ମେଳା ।

ପୋଲସରା,୦୮/୦୨ (ପିପିଟି) :ଆଜି ଶୁକ୍ରବାର ଦିନ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଦ୍ଵାରା ଶିକ୍ଷାର ଗୁଣବତ୍ତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଗତ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା ନିପୁଣ ଓଡ଼ିଶା ମେଳା ପୋଲସରା ବ୍ଲକ୍ ଚିରିକିପଡାଶାସନ ସ୍ଥିତ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୁଲୁ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବଡ଼ପଙ୍କଳବାଡ଼ି କ୍ଲଷ୍ଟର୍ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଏହି ଚିରିକିପଡାଶାସନ ଗ୍ରାମ ପଞ୍ଚାୟତ ସମିତିସଭ୍ୟ ରଂଜନ କୁମାର ସାହୁ, ମୁଖ୍ୟବକ୍ତା ଭାବେ ପୋଲସରା ଏବିଇଓ ସ୍ୱରୂପ କୁମାର ପାତ୍ର ଏଵଂ ସମ୍ମାନୀତ ଅତିଥିଭାବେ ସରୋଜିନୀ ମିଶ୍ର (ଡ଼ିଆଇଇଟି, ଖଲ୍ଲିକୋଟ), ପ୍ରଜ୍ଞା ପଟ୍ଟନାୟକ (ସି.ଆ.ର.ସି.ସି, ଖଲ୍ଲିକୋଟ), ଲକ୍ଷ୍ମୀ ସାହୁ (ଏସଏମସି ଉପସଭାପତି), ନିର୍ମଳା ପ୍ରଧାନ (ନାଏବ ସରପଞ୍ଚ) ପ୍ରମୁଖ ଯୋଗଦେଇଥିଲେ। ଏଥିରେ ୧୧ ଗୋଟି ବିଦ୍ୟାଳୟର ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ୧୧୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ୧୧ ଜଣ ଏଫ୍ଏଲ୍ଏନ , ଶିକ୍ଷକ/ଶିକ୍ଷୟତ୍ରୀ, ଅଭିଭାବକ ଏବଂ ୧୦ ଜଣ ସି.ଆ.ର.ସି.ସି ଉପସ୍ଥିତ ଥିଲେ। ମେଳାରେ ଉକ୍ତ ଛାତ୍ରଛାତ୍ରୀମାନେ ଭାଷାଜ୍ଞାନ,ସଂଖ୍ୟାଜ୍ଞାନ,ଓ ମୌଳିକ ସାକ୍ଷରତା ଓ ସୃଜନଶୀଳ ମତାମତ ଷ୍ଟଲରେ ବିଭିନ୍ନ ଶିକ୍ଷଣୀୟ ଉପକରଣ ଏଵଂ ଶିକ୍ଷଣୀୟ ସାମଗ୍ରୀଗୁଡିକୁ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଅତିଥିମାନେ ମେଳା ଦେଖିବାସହ ନିଜନିଜର ମତାମତ ଦେଇଥିଲେ। ଏହା ପୂର୍ବରୁ ଯୋଜନାର ସଫଳ ରୂପାୟନକୁ ନେଇ ଉପସ୍ଥିତ ସମସ୍ତେ ଶପଥପାଠ କରିଥିଲେ। ମେଳାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଠ୍ୟଉପକରଣ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ରବିନ୍ଦ୍ର ସାହୁ ପରିଚାଳନା କରିଥିବାବେଳେ ସି.ଆ.ର.ସି.ସି ଜିତେନ୍ଦ୍ର କୁମାର ପାଢ଼ୀ ସମ୍ୟକ୍ ସୂଚନା ଏଵଂ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Comments (0)
Add Comment