ଜୟପୁରରେ ଅଷ୍ଟପ୍ରହରୀ ନାମଯଜ୍ଞ ଉଦଯାପିତ ।

ସୁବର୍ଣ୍ଣପୁର ,୦୫/୦୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାଦୋଦର ପଞ୍ଚାୟତ ଅନ୍ତର୍ଗତ ଜୟପୁରରେ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଯାଇଛି। ଏହି ଅବସରରେ ମଙ୍ଗଳବାର ସକାଳୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଥିଲା । ଆଜି ପୂର୍ଣ୍ଣାହୁତି ପରେ ନଗର ପରିକ୍ରମା ସହ ସାମୁହିକ ପ୍ରସାଦ ସେବନ କରାଯାଇଥିଲା । ଏଥିରେ ଆଖପାଖ ଅଞ୍ଚଳର ନଅ ଟି ସଂକୀର୍ତ୍ତନ ଦଳ ଯୋଗଦେଇ ଥିଲେ। ଅଷ୍ଟପ୍ରହରୀ ଯଜ୍ଞରେ ପଣ୍ଡିତ ଭୀଷ୍ମଦେବ ପାଣିଗ୍ରାହୀ ଏବଂ ପଣ୍ଡିତ ରମେଶ ପ୍ରସାଦ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ବେଦବ୍ୟାସ କର୍ଣ୍ଣ ଓ ରେଣୁକା କର୍ଣ୍ଣ ସପତ୍ନୀକ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ।ଏହି ଅବସରରେ ବହୁ ଦୁରଦୁରାନ୍ତରୁ ଶତାଧିକ ଭକ୍ତ ସାମିଲ ହୋଇଥିବା ଦେଖିବାକୁ ମିଲିଥିଲା।ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମ୍ୟ ସଭାପତି ସୁରେଶ ରଣା ଏବଂ ସମ୍ପାଦକ ଅର୍ଜୁନ ମେହେର, କରୁଣା କର କର୍ଣ୍ଣ, ବାସୁଦେବ କର୍ଣ୍ଣ ରବି ନାରାୟଣ ଡାଙ୍ଗ, ମଧୁସୂଦନ ନାଏକ, ଦୟାନିଧି କର୍ଣ୍ଣ,ଉତ୍ତମ କର୍ଣ୍ଣ ଙ୍କ ସମେତ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ହୋଇଥିଲା ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment