ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ପିକ୍ଅପ ଭ୍ୟାନ ।

ଭଞ୍ଜନଗର, ୧୮/୦୧(ପିପିଟି) : ଆଜି ଭୋର ସମୟରେ ଭଞ୍ଜନଗର ମେନ ରୋଡ଼ ଏନଏସି ଅଫିସ ସାମ୍ନାରେ ଏକ ପିକ୍ ଅପ ଭ୍ୟାନ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେବା ଫଳରେ କାହାର କିଛି କ୍ଷତି ଘଟି ନଥିବା ବେଳେ ଖୁଣ୍ଟଟି ଭାଙ୍ଗି ଯାଇଥିବା ବେଳେ ଗାଡ଼ିଟି ମଧ୍ୟ ଭାଙ୍ଗି ଚୁରମାର ହୋଇଯାଇଛି।ଉକ୍ତ କୋରିଆର ଭ୍ୟାନଟି ଗତ ରାତିରେ ବ୍ରହ୍ମପୁର ରୁ ବାହାରି ଭଞ୍ଜନଗର ଅଭିମୁଖେ ଆସୁଥିଲା।ହେଲେ ଡ୍ରାଇଭରର ଆଖି ଲାଗି ଯିବାରୁ ଡିଭାଇଡ଼ର ମଧ୍ୟରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା।ଏନଏସି ପକ୍ଷରୁ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଉକ୍ତ ଖୁଣ୍ଟକୁ ସ୍ଥାନାନ୍ତର କରିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment