ଭଞ୍ଜନଗର ମେଡ଼ିକାଲ ଦେଖି ସନ୍ତୁଷ୍ଟ କାୟାକଳ୍ପ ଟିମ୍ ।

ଭଞ୍ଜନଗର, ୧୭/୦୧(ପିପିଟି):ରାଜ୍ୟ ସ୍ତରୀୟ କାୟାକଳ୍ପ ଟିମ୍ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ବୁଲି ଦେଖିଛନ୍ତି। ତିନି ଜଣିଆ ଟିମ୍ ଆଜି ଭଞ୍ଜନଗର ଉପଖଣ୍ତ ଚିକିତ୍ସାଳୟ ଓ ପରିଦର୍ଶନ କରି ବିଭିନ୍ନ ଦିଗକୁ ସମୀକ୍ଷା କରି ଫେରିଛନ୍ତି। ଏସ୍ଏଚ୍ଏସ୍ ର ସିଇଓ ଡ.ରାମକୃଷ୍ଣ ଶତପଥୀ, ପିପିପିର କନ୍ସଲ୍ଟାଣ୍ଟ୍ ଅନୁଜା ବେହେରା ଓ ୟୁନିସେଫ୍ ର ଡା.ସମ୍ବିତ ଜେନା ପ୍ରମୁଖ ଆଜି ପୂର୍ବାହ୍ନରେ ଭଞ୍ଜନଗର ମେଡିକାଲ ପରିସରରେ ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ଡାକ୍ତରଖାନାରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ କିଭଳି ଭାବେ ଚାଲିଛି ଏନେଇ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ବୁଲି ଦେଖିଥିଲେ। ଏଥିସହ ଆବଶ୍ୟକୀୟ ମେଡିକାଲ ଯନ୍ତ୍ରପାତି, ଔଷଧ ଯୋଗାଣ ଓ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ନେଇ ଅଧିକାରୀ ଓ ପରିଚାଳକଙ୍କ ସହ ଆଲୋଚନା କରିଥିଲେ ।ଓପିଡି ଓ ଇନ୍ଡୋରକୁ କେତେ ସଂଖ୍ୟକ ରୋଗୀ ଆସୁଛନ୍ତି ତାର ଯାଞ୍ଚ କରିଥିଲେ। ଏଥିସହ ପାନୀୟ ଜଳର ସୁବିଧା ବିଷୟରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ପଚାରି ବୁଝିଥିଲେ। ଅନ୍ତଃବିଭାଗରେ ରୋଗୀ ରହିଥିବା ବେଳେ ସେଠାରେ ସଫେଇ କିଭଳି ହେବ ସେନେଇ ମଧ୍ୟ ପରାମର୍ଶ ଦେଇଥିଲେ। ଏସ୍ଏନ୍ସିୟୁ,ରକ୍ତ ଭଣ୍ଡାର,ଏଆର୍ଟି ସେଣ୍ଟର,ଲଣ୍ଡ୍ରି,କିଚେନ୍ ପ୍ରଭୃତି ବୁଲି ଦେଖିଥିଲେ। କାଗଜପତ୍ର ଓ ଆକାଉଣ୍ଟ ମଧ୍ୟ ଯାଞ୍ଚ କରିଥିଲେ। ମେଡିକାଲ ଅଧିକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ ସ୍ବାଗତ କରିଥିବା ବେଳେ ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ଗସ୍ତ ସମୟରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ।ଉକ୍ତ ଟିମ୍ ଭଞ୍ଜନଗର ମେଡ଼ିକାଲର ସମସ୍ତ ବିଭାଗ ଓ କାର୍ଯ୍ୟ ଦେଖି ଜିଲ୍ଲା ସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment