ନବବର୍ଷ ଉପଲକ୍ଷେ ଆମ ଆଦମୀ ପାର୍ଟିର ବନ୍ଧୁମିଳନ ଅନୁଷ୍ଠିତ।

ଖୋର୍ଦ୍ଧା,୦୫/୦୧(ପିପିଟି):ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବରକୁଦ ଲବଣ ଗିରି ପ୍ରାଙ୍ଗଣ ରେ ଆମ ଆଦମୀ ପାର୍ଟି ର ନବ ବର୍ଷ ଉପଲକ୍ଷେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ଭରତ ଦାସ, ଢେଙ୍କାନାଳ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପଙ୍କଜ ନାୟକ ଙ୍କ ଉପସ୍ଥିତି ରେ ଖୋର୍ଦ୍ଧା ଜିଲ୍ଲାର ପ୍ରତ୍ୟେକ ବ୍ଲକ ସଭାପତି ଉପସ୍ଥିତ ହୋଇ ଥିଲେ, ଏହି ସାଂଗଠନିକ ବୈଠକରେ ରାଜ୍ୟ ରେ ଆମ ଆଦମୀ ପାର୍ଟିର ସ୍ଥିତି ସମ୍ବନ୍ଧରେ ଆଲୋଚନା କରାଯାଇ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରା ଯାଇ ଥିଲା। ଆଜିର ବୈଠକ ରେ ଖୋର୍ଦ୍ଧା ଜିଲ୍ଲା ସଭାପତି ସୁଭାସିସ ସ୍ୱାଇଁ, ସୁନିଲ ଷଡ଼ଙ୍ଗୀ, ପ୍ରଶାନ୍ତ ରଣସିଂହ, ପ୍ରମୋଦ ନନ୍ଦ, କଳ୍ପତରୁ ପଣ୍ଡା, କବିରାଜ ଗୋଛି, କିଶୋର ଚନ୍ଦ୍ର ସାହୁ, ଅମିତ୍ ସାମନ୍ତରାୟ, ଲକ୍ଷ୍ମୀଧର ମହପାତ୍ର, ସଂଗ୍ରାମ ବଳବନ୍ତ ରାୟ, ସେଖ ଆବିଦ୍, ଦଣ୍ଡପାଣି ଜେନା, ଟିପୁ ଜେନା, ପ୍ରମୁଖ ଉପସ୍ଥିତ ହୋଇ ଥିଲେ, ତ୍ରିନାଥ ପାଲଟା ସିଂ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଜଳଧର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment