ବୋଲଗଡ,୧୭/୧୨(ପିପିଟି):ବୋଲଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟଙ୍କ ପ୍ରସ୍ତାବ ଅନୁଯାୟୀସମ୍ପୃକ୍ତ ବ୍ଲକ ଅନ୍ତର୍ଗତ ୨୮ଟି ମାଧ୍ୟମିକ ବିଦ୍ୟାଳୟକୁ ବୋଲଗଡ଼,ବାଂକୋଇ ଓ ପିଚୁକୁଳି ଜୋନରେ ବିଭକ୍ତ କରାଯାଇଛି ।ମଙ୍ଗଳବାର ଦିନ ଆସନ୍ତା ମେଟ୍ରିକ ପରୀକ୍ଷାରେ ୧ଗ୍ରେଡ ପାଇଁ ଆଶାୟୀ ବିଦ୍ୟାର୍ଥୀମାନଙ୍କୁ ପ୍ରଥମ ଦୁଇଟି ଜୋନର ପିଲାଙ୍କୁ ଯଥାକ୍ରମେ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପୀତାବାସ ଲେଙ୍କା ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଙ୍କୋଇରେ ପ୍ରଧାନ ଶିକ୍ଷକ ବଦ୍ରୁଲ ହାସନ ଖାଁଙ୍କ ତତ୍ଵାବଧାନରେ ରିଶୋର୍ସ ପର୍ସନଙ୍କ ଦ୍ଵାରା ଶିକ୍ଷାଦାନ କରାଯାଇଥିଲା ।
ବୋଲଗଡ଼ ଜୋନର ୩୮ପିଲାଙ୍କୁ ରଘୁନାଥ ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ, ଟାଙ୍ଗୀସାହି ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ ସାହିତ୍ୟ, ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ଇଂରାଜୀ ଏବଂ ପୀତାବାସ ଲେଙ୍କା ଗଣିତ ଶିକ୍ଷାଦାନ କରିଥିଲେ। ବାଙ୍କୋଇ ଜୋନର ୪୪ ଜଣ ବିଦ୍ୟାର୍ଥୀଙ୍କୁ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଙ୍କୋଇର ଶିକ୍ଷୟିତ୍ରୀ ନୀଳିମାରାଣୀ ସେଠୀ ସାହିତ୍ୟ, ଶିକ୍ଷକ ଶୁଭେନ୍ଦୁ କୁମାର ସ୍ୱାଇଁ ଗଣିତ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ, ସାଗରଗୁଆଁର ଶିକ୍ଷକ ରସାନନ୍ଦ ପାତ୍ର ଇଂରାଜୀ ପଢ଼ାଇଥିଲେ ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)