ଟେକଗୁଡା ଠାରେ ସିପିଆଇ (ଏମ୍) ତୃତୀୟ ସମ୍ମିଳନୀ ।

ମାଲକାନଗିରି,୧୨/୧୨(ପିପିଟି) :ଗୌଡ଼ ଗୁଡ଼ା ଗ୍ରାମପଞ୍ଚାୟତ ସ୍ଥିତ ଟେକ୍ ଗୁଡ଼ା ଗ୍ରାମରେ ସିପି ଆଇ(ଏମ୍) ମାଲକାନଗିରିଜିଲ୍ଲାର ତୃତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୧୭ ଗୋଟି ବ୍ରାଞ୍ଚର ୧୪୭ ଜଣ ପାର୍ଟି ସଭ୍ୟ ଉପସ୍ଥିତ ଥିଲେ । ଏହି ଜିଲ୍ଲା ସମ୍ମିଳନୀ ତିନି ବର୍ଷ ରେ ଥରେ ଅନୁଷ୍ଠିତ ହୋଇଥାଏ । ଆଜିର ଏହି ସମ୍ମିଳନୀ ରେ ସି,ପି, ଆଇ, (ଏମ୍) ପାର୍ଟିର ଜିଲ୍ଲା ସମ୍ପାଦକ ଭାବରେ ସାଥି ବ୍ରଜ ମାଝୀ ତୃତୀୟ ଥର ପାଇଁ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି ।ଏହି ସମ୍ମିଳନୀରେ ସି,ପି,ଆଇ( ଏମ୍)ଓଡ଼ିଶା ରାଜ୍ୟ ସମ୍ପାଦକ ସାଥୀ ଅଳି କିଶୋର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସାଥି ଯୁଧିଷ୍ଠିର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ସାଥି ଭୂପେଶ କର୍ମକାର ସଭା ପରିଚାଳନା କରିଥିଲେ। ସାଥି ଯୁଧିଷ୍ଠିର ବେହେରା ନିଜ ଭାଷଣରେ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରଙ୍କୁ କଡା ସମାଲୋଚନା କରି ଥିଲେ ।ରଜ୍ୟରେ ଧାନର ଅଭାବି ବିକ୍ରି, ମିଶନ ଶକ୍ତି ମହିଳାଙ୍କୁ ୯ ମାସ ଧରି ଦରମା ପ୍ରଦାନ ନକରିବା, ପେସା ଆଇନକୁ କାର୍ଯ୍ୟ କାରିନକରିବା, ଦିନକୁ ଦିନ ଆକାଶ ଛୁଆଁ ଦର ବୃଦ୍ଧି ରୋକିବାରେ ସରକାର ବିଫଳ ହେବା ସଂପର୍କରେ ଆଲୋଚନା କରିଥିଲେ। ବ୍ରଜ ମାଝୀ ତାଙ୍କ ଭାଷଣରେ ଜିଲ୍ଳାରେ ପେସା ଆଇନକୁ କାର୍ଯ୍ୟ କାରିନ କରି ପଲ୍ଲୀ ସଭା ଗ୍ରାମ ସଭାକୁ କର୍ଯ୍ୟ କାରି ନ କରି ଲୋକଙ୍କୁ ସରକାର ଭୁଆ ବୁଲାଉଥିବା କହିଥିଲେ। ଜିଲ୍ଲାର ଗରିବ,ଚାଷୀ, ମୂଲିଆ, ମେହେନତି ମଣିଷକୁ ଜାତି ବର୍ଣ୍ଣ ନିର୍ବିଶେଷରେ ନିଜର ଅଧିକାର ପାଇଁ ସଂଗ୍ରାମ କରିଥିବାକୁ ପଡିବ ବୋଲି ଆହ୍ବାନ ଦେଇଥିଲେ। ନୂତନ ଜିଲ୍ଲା କମିଟିରେ ସାଥି ବ୍ରଜ ମାଝୀ , ଜିଲ୍ଲା ସମ୍ପାଦକ ଭାବରେ ନିର୍ବାଚିତ ହେଲେ ଏବଂ ଏହି ନୂତନ କମିଟିରେ ଭୁପେଶ କର୍ମକାର, କୃଷ୍ଣ ପାଣ୍ଡି, ଧବଲୁ ବେହେରା , ନିଧି ହନ୍ତାଲ, ବଳରାମ ଗୋଲରୀ, ରଘୁ ନାଥ ହାନ୍ତାଲ, ଲଖିନାଥ ମାଡକାମି ,ଅଭି ହେନ୍ତାଳ, ଭୀମା ମାଡକାମି, ଅର୍ଜୁନ ଗୌଡ଼, ନିର୍ବାଚିତ ହୋଇଛନ୍ତି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment